ପ୍ରଫେସର ଭେପା ରାଓଙ୍କ ପରଲୋକ

ଢେଙ୍କାନାଳ : ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମ୍‌ସି), ଢେଙ୍କାନାଳର ପୂର୍ବତନ ମୁଖ୍ୟ ପ୍ରଫେସର ଭେପା ରାଓଙ୍କ ସୋମବାର ଦିନ ପରଲୋକ ହୋଇଛି। ସେ ୧୯୯୬ ନଭେମ୍ବର ୫ ତାରିଖରୁ ୧୯୯୭ ଏପ୍ରିଲ୍ ୭ ତାରିଖ ପର୍ଯ୍ୟନ୍ତ ଆଇଆଇଏମ୍‌ସି ଢେଙ୍କାନାଳରେ ମୁଖ୍ୟ ଭାବେ ଅବସ୍ଥାପିତ ଥିଲେ। ପ୍ରଫେସର ରାଓଙ୍କ ବିୟୋଗରେ ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ସଂସ୍ଥାନର ଅଧ୍ୟାପକ ଓ କର୍ମଚାରୀ ମର୍ମାହତ ହୋଇଛନ୍ତି। ପ୍ରଫେସର ଭେପା ରାଓ ଜଣେ ଛାତ୍ରବତ୍ସଳ ଶିକ୍ଷକ ଥିଲେ। ସଂସ୍ଥାନ ପ୍ରତି ତାଙ୍କର ବେଶ୍ ଅବଦାନ ରହିଛି ବୋଲି ଆଇଆଇଏମ୍‌ସି ଢେଙ୍କାନାଳର ଆଂଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି।

ସମ୍ବନ୍ଧିତ ଖବର