ଏଫ୍‌ଏମ୍‌ୟୁର ନୂଆ କୁଳପତି ପ୍ରଫେସର ଦୀନବନ୍ଧୁ ସାହୁଙ୍କ ଯୋଗଦାନ

ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତ ହୋଇଥିବା ପ୍ରଫେସର ଦୀନବନ୍ଧୁ ସାହୁ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି। ପ୍ରଫେସର ଶ୍ରୀ ସାହୁ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନର ପ୍ରଫେସର ଥିଲେ। ଆଜି ଯୋଗଦାନ କରିବା ପରେ ବିଶ୍ବବିଦ୍ୟାଳୟ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ବିଶ୍ବବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ଉପରେ ସେ ଗୁରୁତ୍ବ ଦେବା ସହ ଆଗାମୀ ଦିନରେ ଏଫଏମ୍‌ୟୁକୁ ଉଚ୍ଚ ଶିଖରରେ ପହଞ୍ଚାଇବେ ବୋଲି କହିଥିଲେ। ଚେୟାରମ୍ୟାନ ପିଜି କାଉନ୍‌ସିଲ ସଚ୍ଚିଦାନନ୍ଦ ଦେହୁରୀ, ରେଜିଷ୍ଟାର ବ୍ରହ୍ମାନନ୍ଦ ବେହେରା, ବିତ୍ତ ବିଭାଗର ମାନସ କୁମାର ପାତ୍ର, ପରୀକ୍ଷା ନିୟନ୍ତ୍ରକ ରଂଜନ ରାୟଙ୍କ ସମେତ ସମସ୍ତ ବିଭାଗର ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର