ବାରିପଦା : ରାଷ୍ଟ୍ରୀୟ ସ୍ମାରକୀ ପ୍ରାଧିକରଣର ଅଧ୍ୟକ୍ଷ ଶିକ୍ଷାବିତ ପ୍ରଫେସର କିଶୋର କୁମାର ବସାଙ୍କୁ ମିଳିଛି ନୂଆ ଦାୟିତ୍ବ। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଆର୍କିଓଲୋଜି ସର୍ଭେ ଅଫ୍ ଇଣ୍ଡିଆ/ଏଏସ୍‌ଆଇ)ର ମହାନିର୍ଦ୍ଦେଶକ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ତାଙ୍କ ନିଯୁକ୍ତି ଉପରେ ମୋହର ମାରିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡି। ବର୍ତ୍ତମାନ ଖାଲି ପଡ଼ିଥିବା ଏହି ଗୁରୁତ୍ବପୂର୍ଣ୍ଣ ପଦବିରେ ପ୍ରଫେସର ବସା ୬ ମାସ କିମ୍ବା ଅନ୍ୟ କାହାକୁ ସ୍ଥାୟୀ ନିଯୁକ୍ତି ଦିଆଯିବା ଯାଏ କାର୍ଯ୍ୟ କରିବେ ବୋଲି ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି।

Advertisment

ସୂଚନାଯୋଗ୍ୟ; ଗତବର୍ଷ ନଭେମ୍ବର ମାସରେ ପ୍ରଫେସର ବସା ପ୍ରଥମ ଓଡ଼ିଆ ଭାବେ ରାଷ୍ଟ୍ରୀୟ ସ୍ମାରକୀ ପ୍ରାଧିକରଣର ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିଥିଲେ। ଏବେ କେନ୍ଦ୍ର ସରକାର ତାଙ୍କ କାର୍ଯ୍ୟଦକ୍ଷତା ଉପରେ ଭରସା କରି ଏଏସ୍‌ଆଇ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ଦେଇଛନ୍ତି।