ପ୍ରଫେସର୍ କିଶୋର ମାଧବ ଗୁରୁଙ୍କ ପରଲୋକ

ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ ଜୀବବିଜ୍ଞାନ ପ୍ରଫେସର୍ ଡ. କିଶୋର ମାଧବ ଗୁରୁ (୮୨)ଙ୍କ ‌ପରଲୋକ ହୋଇଯାଇଛି। ସେ ୫ ଦିନ ପୂର୍ବେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ଓ ୩ ଦିନ ତଳେ ସମ୍ବଲପୁର କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଶୁକ୍ରବାର ତାଙ୍କ ପରଲୋକ ହୋଇଛି। ସଂଧ୍ୟାରେ ବୁଢ଼ାରଜା ଶାନ୍ତିଧାମଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କର ପତ୍ନୀ ସଂଘମିତ୍ରା ଗୁରୁ, ଦୁଇ ପୁଅ ଓ ଜଣେ ଝିଅ ଅଛନ୍ତି। ସେ ପଦ୍ମଶ୍ରୀ ଡ. ପର୍ଶୁରାମ ମିଶ୍ରଙ୍କ ନାତି, ସ୍ବର୍ଗତ ଅନନ୍ତରାମ ଗୁରୁଙ୍କ ତୃତୀୟ ସନ୍ତାନ ତଥା ପୂର୍ବତନ ଶିକ୍ଷାମନ୍ତ୍ରୀ ସ୍ବର୍ଗତ ଯଦୁନାଥ ଦାସମହାପାତ୍ରଙ୍କ ଜାମାତା ଥିଲେ। ସେ ରେଭେନ୍‌ସା ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର