ଉତ୍କଳ ସାହିତ୍ୟ ସମାଜ ସମାବର୍ତ୍ତନ ଉତ୍ସବ ମେ ୫ରେ : ପ୍ରଫେସର ପ୍ରଭାତ ପଟ୍ଟନାୟକ ପାଇବେ ଉତ୍କଳ ରତ୍ନ

କଟକ : ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଅର୍ଥନୀତିଜ୍ଞ ପ୍ରଫେସର ପ୍ରଭାତ ପଟ୍ଟନାୟକ ଉତ୍କଳ ସାହିତ୍ୟ ସମାଜର ସର୍ବୋଚ୍ଚ ସମ୍ମାନ ’ଉତ୍କଳ ରତ୍ନ’ ପାଇବାକୁ ମନୋନୀତ ହୋଇଛନ୍ତି। ଆସନ୍ତା ମେ’୬ତାରିଖ ରବିବାର ସଂଧ୍ୟା ୬ଟାରେ ଶତାବ୍ଦୀ ଭବନଠାରେ ଆୟୋଜିତ ୧୧୬ତମ ସମାବର୍ତ୍ତନ ଉତ୍ସବରେ ପ୍ରଫେସର ପଟ୍ଟନାୟକଙ୍କୁ ସମ୍ମାନିତ କରାଯିବ। ଏହା ସହିତ ଶୁକଦେବ ସାହୁ ଉପନ୍ୟାସ ସମ୍ମାନ ପ୍ରଦୀପ ଦାଶ, ଫକୀରମୋହନ କ୍ଷୁଦ୍ରଗଳ୍ପ ସମ୍ମାନ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ, ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ ଦିଲ୍ଲୀଶ୍ୱର ମହାରଣା, ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ସାହିତ୍ୟ ସମ୍ମାନ ଇଞ୍ଜିନିୟର ମାୟାଧର ସ୍ୱାଇଁ, ଗଙ୍ଗାଧର ମେହେର କବିତା ସମ୍ମାନ ହରପ୍ରସାଦ ପରିଚ୍ଛାପଟ୍ଟନାୟକ, ଗୋପୀନାଥ ନନ୍ଦ ପ୍ରବନ୍ଧ-ସମାଲୋଚନା ସମ୍ମାନ ଡକ୍ଟର ବସନ୍ତ କୁମାର ପଣ୍ଡା, ରାମକୃଷ୍ଣ ନନ୍ଦ ଶିଶୁ-ସାହିତ୍ୟ ସମ୍ମାନ ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିିଆ, ବୈଷ୍ଣବ ପାଣି କଳାସମ୍ମାନ ଘନଶ୍ୟାମ ମହାପାତ୍ର, ପ୍ରଫୁଲ୍ଲ ଦାସ ଅନୁବାଦ ସାହିତ୍ୟ ସମ୍ମାନ ବ୍ରଜମୋହନ ମିଶ୍ର, ରାଧାନାଥ ରଥ ସମ୍ବାଦ ସାହିତ୍ୟ ସମ୍ମାନ ଅଭିରାମ ବିଶ୍ୱାଳ, ଗୋବିନ୍ଦ ନାରାୟଣ ଆଧ୍ୟାତ୍ମିକ ସାହିତ୍ୟ ସମ୍ମାନ ମହୀମୋହନ ତ୍ରିପାଠୀ, ବସନ୍ତ କୁମାରୀ ଦେବୀ ଲେଖିକା ସମ୍ମାନ ସୁପ୍ରଭା ରାୟ, ବିଦ୍ୟାଧର ମିଶ୍ର ଜୀବନୀ ସାହିତ୍ୟ ସମ୍ମାନ ସୁରେନ୍ଦ୍ର କୁମାର ମହାରଣା, ଉଦୟନାଥ ଷଡ଼ଙ୍ଗୀ ସାମ୍ବାଦିକତା ସମ୍ମାନ ନବୀନ ଦାସ, ନୀରଦପ୍ରଭା ହାସ୍ୟବ୍ୟଙ୍ଗ ସମ୍ମାନ ମନୋରଞ୍ଜନ ସାହୁ, ବିଶ୍ୱନାଥ ମିଶ୍ର ଆତ୍ମଜୀବନୀ ସମ୍ମାନ ରାସବିହାରୀ ବେହେରା, ନବରୂପା ରାଜ ଗୀତିକବିତା ସମ୍ମାନ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର, କବିଚନ୍ଦ୍ର ସଂଗୀତଗୁରୁ ସମ୍ମାନ ଏ.ମହେଶ୍ୱର ରାଓ, ଭିକାରୀ ବଳ କଣ୍ଠଶିଳ୍ପୀ ସମ୍ମାନ ଦୁଃଖିଶ୍ୟାମ ତ୍ରିପାଠୀ, ବିକ୍ରମ ଦାସ ଭ୍ରମଣ କାହାଣୀ ସମ୍ମାନ ଡାକ୍ତର ସୁଦର୍ଶନ ପଟ୍ଟନାୟକ, ପ୍ରଭା ପଟେଲ ରମ୍ୟରଚନା ଓ ଲଳିତ ନିବନ୍ଧ ସମ୍ମାନ ଦେବାଶିଷ ଚକ୍ରବର୍ତ୍ତୀ, ବ୍ରହ୍ମାନନ୍ଦ ପଣ୍ଡା ସାଂସ୍କୃତିକ ସଂଗଠନ ସମ୍ମାନ ରାଜୀବ ପାଣି, କୈଳାସ ଚନ୍ଦ୍ର ସିଂହ ଯୁବସାରସ୍ୱତ ସମ୍ମାନ ବିରଜା ରାଉତରାୟ, ଦେବବ୍ରତ କର ପ୍ରକାଶକ ସମ୍ମାନ ଅଜୟ କୁମାର ମିଶ୍ର, ନିରଞ୍ଜନ ଦାସ ଭାଷା ସମ୍ମାନ ହରପ୍ରସାଦ ମିଶ୍ର, ବାଗ୍ମୀ ବିଶ୍ୱନାଥ କର ସଂପାଦନା ସମ୍ମାନ ଡକ୍ଟର ଫଣୀନ୍ଦ୍ର ଭୂଷଣ ନନ୍ଦଙ୍କୁ ପ୍ରଦାନ କରାଯିବାକୁ ଉତ୍କଳ ସାହିତ୍ୟ ସମାଜର କାର୍ଯ୍ୟନିର୍ବାହିକା ସମିତି ବୈଠକରେ ଗୃହୀତ ହୋଇଛି। ଆସନ୍ତା ମେ ୫ ଓ ୬ତାରିଖ ଦୁଇଦିନ ଧରି ଅନୁଷ୍ଠାନର ୧୧୬ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ ବୋଲି ସାଧାରଣ ସଂପାଦକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ସଂଗଠନ ସଂପାଦକ ଜୀବନାନନ୍ଦ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର