ଭୁବନେଶ୍ବର : ପ୍ରଫେସର୍ ଭ୍ରମରବର ଜେନାଙ୍କ ପୁଣ୍ୟତିଥି ଉପଲକ୍ଷେ ‘ ରାଜନୀତି ବିଜ୍ଞାନୀ ହିସାବରେ ଗବେଷଣା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ’ ଶୀର୍ଷକରେ ଏକ ଏକ ୱେବିନାର୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ବିଶ୍ବବିଦ୍ୟାଳୟରୁ ବହୁ ପୁରାତନ ଓ ବର୍ତ୍ତମାନର ଶିକ୍ଷାବିତ୍ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଡ଼ି ହୋଇ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଜୟନ୍ତ ମହାପାତ୍ର ଓ ଜୟକୃଷ୍ଣ ବରାଳ, ପ୍ରାକ୍ତନ ପ୍ରଫେସର୍ ବିଷ୍ଣୁ ଚରଣ ଚୌଧୁରୀ, ପ୍ରଫେସର୍ ସୂର୍ଯ୍ୟ ମିଶ୍ର, ପ୍ରଫେସର୍ ସ୍ମିତା ନାୟକ, ପ୍ରଫେସର୍ ମୌସୁମୀ ପଟ୍ଟନାୟକ, ଦିଲ୍ଲୀରୁ ଡ. ସୌମ୍ୟା ଓ ଡ. ହରେକୃଷ୍ଣ ପାତ୍ର, ଲଣ୍ଡନରୁ ଡ. ସାୟନ୍ତନା, ଆମେରିକାରୁ ମନୋବିଜ୍ଞାନୀ ସ୍ବପ୍ନା ପାତ୍ର ଓ ଯୁଗାନ୍ତ ପ୍ରମୁଖ ପ୍ରଫେସର୍ ଜେନାଙ୍କ ପ୍ରତିଭାମୟ ବ୍ୟକ୍ତିତ୍ବ ଓ ଜୀବନୀ ଉପରେ ଆଲୋକପାତ କରିଥିଲେ। ବୀଣାପାଣି ଜେନା, ମୀନାକ୍ଷୀ ଜେନା ଓ ଶୁଭମ୍ ଜେନା ଧନ୍ୟବାଦ ଦେଇଥିଲେ। ଡ. ହରେକୃଷ୍ଣ ସେମିନାର୍କୁ ସଂଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/webnar.jpg)