କଟକ : ଏସ୍ସିବି ମେଡିକାଲ ନେଫ୍ରୋଲୋଜି ବିଭାଗର ମୁଖ୍ୟ, ରାଜ୍ୟରେ ଅଙ୍ଗ ପ୍ରତିରୋପଣ କାର୍ଯ୍ୟକ୍ରମ (କାଡାଭେରିକ)ର ରାଜ୍ୟ ନୋଡାଲ ଅଫିସର୍ ପ୍ରଫେସର ଡାକ୍ତର ଚିତ୍ତର˚ଜନ କର (୫୭)ଙ୍କର ପରଲୋକ ଘଟିଛି। ଗଲା ସେପ୍ଟେମ୍ବର ମାସରେ ସେ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ସେହି ସମୟରୁ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ। ଡାକ୍ତର କରଙ୍କ ଫୁସ୍ଫୁସ୍ରେ ଗୁରୁତର ସ˚କ୍ରମଣ ହେବାରୁ ଗତମାସରେ ତାଙ୍କୁ ଚେନ୍ନାଇସ୍ଥିତ ଏମ୍ଜିଏମ୍ ଡାକ୍ତରଖାନାକୁ ଭୁବନେଶ୍ବରରୁ ଏୟାରଲିଫ୍ଟ କରାଯାଇଥିଲା। ଏକ୍ମୋ ଚିକିତ୍ସା ଚାଲିବା ପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା। ସେଥିପାଇଁ ଫୁସ୍ଫୁସ୍ ପ୍ରତିରୋପଣ ଯୋଜନାକୁ ବାତିଲ କରାଯାଇଥିଲା। ହେଲେ ଗତକାଲି ସ˚ଧୢାପରଠାରୁ ଡାକ୍ତର କରଙ୍କ ସ୍ବାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିବାକୁ ଲାଗିଥିଲା। ଆଜି ସ˚ଧ୍ୟା ପ୍ରାୟ ସାଢେ ୫ଟା ବେଳେ ତାଙ୍କର ସେଠାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ଡାକ୍ତର କର ୧୯୬୩ ମସିହାରେ ସୁନ୍ଦରଗଡ ଜିଲ୍ଲାର ପାନପୋସରେ ଜନ୍ମଗ୍ରହଣ କରିଥିଲେ। ଏସ୍ସିବି ମେଡିକାଲ୍ କଲେଜରୁ ଏମ୍ବିବିଏସ୍, ବୁର୍ଲାରୁ ଏମ୍ଡି ଏବ˚ ବାରଣାସୀରେ ଡିଏମ୍ କରିବା ପରେ ସେ ସରକାରୀ ଚାକିରି ଆରମ୍ଭ କରିଥିଲେ। ତାଙ୍କ ଚାକିରିକାଳ ମଧ୍ୟରେ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରି ସେ ଉଚ୍ଚ ପ୍ରଶ˚ସିତ ହୋଇଛନ୍ତି। ଚଣ୍ତୀଗଡ଼ସ୍ଥିତ ପିଜିଆଇଏମ୍ଇଆର୍ରୁ ସ୍ବତନ୍ତ୍ର ଭାବେ ପ୍ରତିରୋପଣ ସଂପର୍କରେ ସେ ତାଲିମ ନେଇଥିଲେ। ଏସ୍ସିବିରେ ଖୋଲାଯାଇଥିବା ରାଜ୍ୟର ପ୍ରଥମ କିଡ୍ନି ପ୍ରତିରୋପଣ ୟୁନିଟ୍ରେ ସେ ଅନ୍ୟତମ ମୁଖ୍ୟ ପୁରୋଧା ଥିଲେ। ଏହାବ୍ୟତୀତ କାଡାଭେରିକ ପ୍ରତିରୋପଣ କାର୍ଯ୍ୟକ୍ରମର ରାଜ୍ୟ ନୋଡାଲ ଅଫିସର ଭାବେ ତାଙ୍କୁ ଦାୟିତ୍ବ ଦିଆଯାଇଥିଲା। ତାଙ୍କ ନେତୃତ୍ବରେ ରାଜ୍ୟରେ ୬ଟି କାଡାଭେରିକ ପ୍ରତିରୋପଣ ସମ୍ଭବ ହୋଇପାରିଛି। ଆସନ୍ତାକାଲି ଡାକ୍ତର କରଙ୍କ ମୃତ ଶରୀର ଭୁବନେଶ୍ବରକୁ ଅଣାଯିବ। ତାଙ୍କ ବିୟୋଗରେ ଏସ୍ସିବି ମେଡିକାଲ୍ କାଉନ୍ସିଲ ହଲ୍ରେ ଆଜି ସଂଧ୍ୟାରେ ଏକ ଶୋକସଭା ଆୟୋଜନ କରାଯାଇଛି।
ସୂଚନାଯୋଗ୍ୟ ଯେ ଏସ୍ସିବି ମେଡିକାଲ୍ ଆଉଟ୍ଡୋରରେ ରୋଗୀ ଦେଖିବାବେଳେ ଡାକ୍ତର କର ସିଧାସଳଖ କରୋନା ଆକ୍ରାନ୍ତଙ୍କ ସ˚ସ୍ପର୍ଶରେ ଆସିଥିଲେ। ପରେ କରୋନା ରୋଗୀଙ୍କ ଡାଏଲିସିସ୍ କରିବାବେଳେ ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଅବନ୍ନତି ହୋଇଥିଲା। ପରୀକ୍ଷା କରାଯିବା ପରେ ଗଲା ସେପ୍ଟେମ୍ବର ମାସରେ କରୋନା ପଜିଟିଭ୍ ଆସିବାରୁ ତାଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ଲାଜ୍ମା ଦିଆଯିବା ପରେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲେ ମଧ୍ୟ କିଛିଦିନ ପରେ ପୁଣି ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା। ଫୁସ୍ଫୁସ୍ ସ˚କ୍ରମଣ ଦେଖାଦେବାରୁ ତାଙ୍କୁ ଭୁବନେଶ୍ବରର ଘରୋଇ ହସ୍ପିଟାଲରେ ରଖାଯାଇ ଚିକିତ୍ସା କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ରାଜ୍ୟ ବାହାରୁ ବିଶେଷଜ୍ଞ ଡାକ୍ତରମାନଙ୍କୁ ଡକାଯାଇ ଚିକିତ୍ସା କରାଯାଉଥିଲା। ଏପରିକି ଡାକ୍ତର କରଙ୍କ ବନ୍ଧୁ ଓ ଶୁଭେଚ୍ଛୁମାନେ ତାଙ୍କର ଆରୋଗ୍ୟ ପାଇଁ ଉଦ୍ୟମ କରିଥିଲେ। ତେବେ ଫୁସ୍ଫୁସ୍ ଅଧିକ ସ˚କ୍ରମିତ ହୋଇଯାଇଥିବାରୁ ଏହାର ପ୍ରତିରୋପଣ କରାଯିବା ଆବଶ୍ୟକତା ରହିଥିବା ଡାକ୍ତରମାନେ ବିଚାର କରିଥିଲେ। ଏଥିପାଇଁ ଅକ୍ଟୋବର ୭ ତାରିଖରେ ତାଙ୍କୁ ଭୁବନେଶ୍ବରରୁ ଚେନ୍ନାଇ ଏମ୍ଜିଏମ୍ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା। କିନ୍ତୁ ବିଭିନ୍ନ କାରଣରୁ ତାହା ଆଉ ସମ୍ଭବ ହୋଇପାରି ନ ଥିଲା।