ଭୁବନେଶ୍ବର : ଛତୁ ଚାଷ ଏବଂ ବ୍ୟବସାୟ ଜରିଆରେ ବାର୍ଷିକ ୩୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଛନ୍ତି। ଓଡ଼ିଶାରେ ଉତ୍କୃଷ୍ଟମାନର ଛତୁ ଉତ୍ପାଦିତ ହେଉଛି। କିନ୍ତୁ ବଜାରରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ଛତୁ ଉପଲବ୍ଧ ହେଉଛି। ଏହାର ଲାଭ ନେବା ପାଇଁ ମହିଳା ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ରାଜ୍ୟ କୃଷି ମନ୍ତ୍ରୀ କୈଳାସ ଚୌଧୁରୀ। ଓଡ଼ିଶା ଗସ୍ତ ଅବସରରେ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ମନ୍ତ୍ରୀ।
ନିର୍ଦେଶକ ଡ. ମୃଦୁଳା ଦେବୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କୃଷି ମନ୍ତ୍ରୀ, ମହିଳା ଉଦ୍ୟୋଗୀ ଏବଂ ଶିଳ୍ପପତିମାନଙ୍କୁ ନେଇ ବଡ଼ କୃଷି ମେଳା ଆୟୋଜନ ପାଇଁ ସଂସ୍ଥାକୁ ପରାମର୍ଶ ଦେଇଥିଲେ। ଫସଲ ତଥା ପଶୁପାଳନ କ୍ଷେତ୍ରରେ କୃଷି ଉଦ୍ୟୋଗର ନବୀକରଣ ଦିଗରେ ମହିଳାଙ୍କ ଭୂମିକା ବିଷୟରେ କହିଥିଲେ। ଆଇସିଏଆର୍ର ଏଡିଜି ଡ. ବିମଳେଶ ଅନୁଷ୍ଠାନର ସ୍ବତନ୍ତ୍ର ଏବଂ ମହତ୍ତ୍ବ ଉପରେ ଆଲୋଚନା କରିଥିଲେ। କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାର ଗବେଷଣାମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସ୍ବୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ସଙ୍ଗଠନର ବିଭିନ୍ନ କାର୍ଯ୍ୟକଳାପ ଏବଂ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ପ୍ରଦର୍ଶନୀ ହୋଇଥିଲା। ଏଥିରେ କୃଷି ମହିଳା, ଉଦ୍ୟୋଗୀ, ଏସ୍ଏଚ୍ଜି, କୃଷି ଉତ୍ପାଦିକା ସଙ୍ଗଠନର ୨୫୦ ଜଣ ଅଂଶଗ୍ରହଣ କରିଥିଲେ।