ରାଜ୍ୟପାଳଙ୍କ କାର୍ଯ୍ୟକ୍ରମ ପାଇଁ ସର୍ତ : ଜିଲ୍ଲାପାଳ ରିପୋର୍ଟ ଦେବା ପରେ ରାଜ୍ୟପାଳ ଅତିଥି ହେବେ, ୨୦ ଦିନ ପୂର୍ବରୁ ଅନୁରୋଧ ପତ୍ର ଦେବାକୁ ପଡ଼ିବ

ଭୁବନେଶ୍ବର : କୌଣସି ଉତ୍ସବରେ ରାଜ୍ୟପାଳଙ୍କୁ ଅତିଥି କରିବାକୁ ହେଲେ, ଏଣିକି ସଂପୃକ୍ତ ସଂସ୍ଥା ସଂପର୍କରେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ବା ଡିସିପିଙ୍କ ରିେପାର୍ଟ ଅପରିହାର୍ଯ୍ୟ। ରାଜ୍ୟପାଳଙ୍କ ଯୋଗଦାନର ଯଥାର୍ଥତା ଅଛି କି ନାହିଁ, ସେ ସଂପର୍କରେ ସଂପୃକ୍ତ ଅଧିକାରୀମାନେ ରିିାପୋର୍ଟ ଦେବେ। ଏହା ପରେ ଯାଇ ରାଜଭବନ ପକ୍ଷରୁ ରାଜ୍ୟପାଳଙ୍କ ଯୋଗଦାନ ସଂପର୍କରେ ସମ୍ମତି ପତ୍ର ଦିଆଯିବ।

ରାଜ୍ୟର ବିଭିନ୍ନ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ଯୋଗଦାନକୁ ସୁବ୍ୟବସ୍ଥିତ କରିବା ପାଇଁ ପ୍ରଥମ ଥର ପାଇଁ ରାଜଭବନ ପକ୍ଷରୁ ଆଜି ଏଭଳି ଏକ ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଜ୍ୟୁର (ଏସ୍ଓପି) ବା ମାନକ କର୍ମ ସଂପାଦନ ପ୍ରକ୍ରିୟା ଜାରି କରାଯାଇଛି।

ଏଥିେର କୁହାଯାଇଛି, ରାଜ୍ୟପାଳଙ୍କୁ ଅତିଥି କରିବାକୁ ଚାହୁଁଥିବା ସଂସ୍ଥାଙ୍କୁ କାର୍ଯ୍ୟକ୍ରମର ୨୦ ଦିନ ପୂର୍ବରୁ ଅନୁେରାଧ ପତ୍ର ଦେବାକୁ ପଡ଼ିବ। ସମସ୍ତ ଅନୁେରାଧ ପତ୍ରକୁ ଯାଞ୍ଚ ଲାଗି ସଂପୃକ୍ତ ଜିଲ୍ଲା ପ୍ରଶାସନ ପାଖକୁ ପଠାଯିବ। ସଂପୃକ୍ତ ଅନୁଷ୍ଠାନ ସଂପର୍କରେ ଯାଞ୍ଚ କରିବା ସହିତ ରାଜ୍ୟପାଳଙ୍କ ଯୋଗଦାନର ଯଥାର୍ଥତା ଅଛି କି ନାହିଁ, ସେ ସଂପର୍କରେ ଅନୁଧ୍ୟାନ କରି ଜିଲ୍ଲାପାଳ, ଏସ୍‌ପି ବା ଡିସିପି ତିନି ଦିନ ମଧ୍ୟରେ ରିେପାର୍ଟ ପ୍ରଦାନ କରିେବ। ଏହି ରିେପାର୍ଟ ମିଳିବା ପରେ ଯାଇ ଉପଯୁକ୍ତ ଅନୁେରାଧ ପତ୍ରକୁ ରାଜ୍ୟପାଳଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ।

ରାଜଭବନ ପକ୍ଷରୁ ଏକଥା ବି କୁହାଯାଇଛି, ଥରେ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ରାଜ୍ୟପାଳଙ୍କ ଅନୁମତି ମିଳିଲେ, ସଂପୃକ୍ତ ଅନୁଷ୍ଠାନକୁ ଜଣାଇ ଦିଆଯିବ। ସଂପୃକ୍ତ ସଂସ୍ଥା ମିନିଟ୍ ଟୁ ମିନିଟ୍ କାର୍ଯ୍ୟସୂଚୀ, ଡାଏସ୍ ପ୍ଲାନ୍, କାର୍ଯ୍ୟକ୍ରମର ପଟ୍ଟଭୂମି ଟିପ୍ପଣୀ ରାଜଭବନକୁ ପଠାଇବେ। ଏହା ଉପରେ ରାଜ୍ୟପାଳଙ୍କ ସମ୍ମତି ମିଳିବା ପରେ କାର୍ଯ୍ୟକ୍ରମର ଅନ୍ତତଃ ପାଞ୍ଚ ଦିନ ପୂର୍ବରୁ ଅନୁଷ୍ଠାନକୁ ଅନୁେମାଦିତ କାର୍ଯ୍ୟକ୍ରମ ସଂପର୍କରେ ଜଣାଇ ଦିଆଯିବ। ଏଥିସହିତ ପ୍ରୋଟକଲ ଅନୁଯାୟୀ ଅଧିକାରୀମାନଙ୍କୁ ମଧ୍ୟ ରାଜ୍ୟପାଳଙ୍କ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇ ଦିଆଯିବ ଓ ରାଜ୍ୟପାଳଙ୍କ ଯିବା ରାସ୍ତାରେ ଆଇନଶୃଙ୍ଖଳା ରକ୍ଷା ପାଇଁ ପୁଲିସ ଆବଶ୍ୟକ ପଦକ୍ଷେପ ନେବ।

ରାଜଭବନ ରୋକଠୋକ୍ ଜଣାଇଛି ଯେ ଅନୁମୋଦିତ କାର୍ଯ୍ୟକ୍ରମରେ କୌଣସି ବ୍ୟତିକ୍ରମକୁ ଗ୍ରହଣ କରାଯିବ ନାହିଁ। ନିହାତି ଆବଶ୍ୟକସ୍ଥଳେ ରାଜଭବନଠାରୁ ପୁଣି ଥରେ ଅନୁମତି ନେବାକୁ ହେବ। ରାଜ୍ୟପାଳଙ୍କ କାର୍ଯ୍ୟକ୍ରମସ୍ଥଳୀରେ ଜିଲ୍ଲା ପୁଲିସ, କମିସନରେଟ୍ ପୁଲିସ ବା ରାଜଭବନ ଅଧିକାରୀମାେନ ନିରାପତ୍ତା ଯାଞ୍ଚ କରିେବ। ଅନୁେମାଦିତ କାର୍ଯ୍ୟସୂଚୀ ମୁତାବକ କାର୍ଯ୍ୟକ୍ରମ ନିଶ୍ଚିତ କରିବା ପାଇଁ ଏଡିସି ଓ ରାଜଭବନର ମୁଖ୍ୟ ନିରାପତ୍ତା ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର