ସମ୍ବଲପୁର: ବିଶିଷ୍ଟ ସାହିତ୍ୟିକ ଏବଂ ସାମ୍ବାଦିକ କୁମାର ହସନଙ୍କର ସମ୍ବଲପୁରଠାରେ ଆଜି ସକାଳେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ଥିଲେ। ସମ୍ବଲପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
ଶ୍ରୀ ହସନ ଏବେକାର ଝାରସୁଗୁଡ଼ା ଜିଲ୍ଲା ବିଚ୍ଛେଦଗଡ଼ଠାରେ ୧୯୬୦ ମସିହା ଫେବ୍ରୁଆରି ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ଉଭୟ ହିନ୍ଦୀ ଓ ଓଡ଼ିଆ ଭାଷାର ଜଣେ ଜଣାଶୁଣା ସାହିତ୍ୟିକ ଥିଲେ। ସେ ଜୀବନକାଳ ମଧ୍ୟରେ ୬୦ରୁ ଅଧିକ ପୁସ୍ତକ ରଚନା କରିଥିଲେ। ତାଙ୍କ ପୁସ୍ତକଗୁଡ଼ିକ ବିଭିନ୍ନ ଭାରତୀୟ ତଥା ଇଂରାଜି, ଚୀନୀ, ଋଷୀୟ ଓ ଫରାସୀ ଭାଷାରେ ଅନୁଦିତ ହୋଇଛି। ସାମ୍ବାଦିକ ଭାବେ କୁମାର ହସନ ଦୈନିକ ‘ସମାଜ’ରେ କାର୍ଯ୍ୟ କରିବା ପରେ ଅବସର ଗ୍ରହଣ କରିଥିଲେ। ତାଙ୍କ ବିୟୋଗରେ ବିଶିଷ୍ଟ ସାହିତ୍ୟିକ ତଥା କେନ୍ଦ୍ର ସାହିତ୍ୟ ଏକାଡେମିର ଉପଦେଷ୍ଟା ମଣ୍ଡଳୀ ଆବାହକ ଗୌରହରି ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/d291fc1f-0f9c-4c9e-ad58-a6f919ff60ca.jpg)