ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପଦୋନ୍ନତି ଅଦାଲତ । ତିନି ଦିନ ଧରି ଚାଲିବାକୁ ଥିବା ଏହି ଅଭିଯୋଗ ଶୁଣାଣି ଏକାଥରେ ୬ଟି ସ୍ଥାନରେ ଆରମ୍ଭ ହୋଇଛି । ଏଥିରେ ବିଭିନ୍ନ କାରଣରୁ ପଦୋନ୍ନତିରୁ ବଂଚିତ ହୋଇଥିବା ସରକାରୀ କର୍ମଚାରୀଙ୍କ ଅଭିଯୋଗର ଶୁଣାଣି ଚାଲିଛି । ପ୍ରମୋସନରୁ ବଂଚିତ ହୋଇଥିବା କର୍ମଚାରୀମାନେ ଆସି ତାଙ୍କ ସମସ୍ୟା ରଖୁଛନ୍ତି । ପଦୋନ୍ନତିରୁ ବଂଚିତ କର୍ମଚାରୀଙ୍କ ପାଇଁ ପ୍ରଥମ ଥର ପାଇଁ ଏଭଳି ଏକ ଅଦାଲତର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭିନ୍ନ ବିଭାଗର ୬ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶୁଣାଣି କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ୮୯୦୯ ଅଭିଯୋଗ ମଧ୍ୟରୁ ୨ହଜାର ୨୭୩ ଅଭିଯୋଗର ଶୁଣାଣି ହେବ ।
/sambad/media/post_attachments/wp-content/uploads/2020/01/Screen-Shot-2020-01-28-at-11.54.36-AM-1024x766.png)
ଅବଶିଷ୍ଟ ଦରଖାସ୍ତ ଫେବ୍ରୁଆରିରେ ହେବାକୁ ଥିବା ଦ୍ବିତୀୟ ରାଉଣ୍ଡ୍ ଅଦାଲତରେ ବିଚାର ହେବ। ପଦୋନ୍ନତି ପାଇଁ ଆବେଦନ କରିଥିବା କର୍ମଚାରୀ ହିଁ ପ୍ରମୋସନ ଅଦାଲତରେ ନିଜ କଥା ରଖିପାରିବେ । କୌଣସି ଓକିଲ କିମ୍ବା ମଧ୍ୟସ୍ଥିଙ୍କ ଜରିଆରେ ସେମାନେ ଅଭିଯୋଗ ରଖିପାରିବେ ନାହିଁ । ଆଜି ଦିନ ତମାମ ଶୁଣାଣି ହେବାକୁ ଥିବା ବେଳେ ଆସନ୍ତାକାଲି ଓ ଜାନୁୟାରୀ ୩୧ରେ ଶୁଣାଣି ହେବ । ରାଜ୍ୟ ସରକାରଙ୍କ ବିଭିନ୍ନ ବର୍ଗର କର୍ମଚାରୀମାନଙ୍କ ପଦୋନ୍ନତିରେ ବିଳମ୍ବ ହେଉଥିବା ନେଇ ବହୁ ସମୟରେ ଅଭିଯୋଗ ଆସେ। ଉପଯୁକ୍ତ ସମୟରେ ପଦୋନ୍ନତି ମିଳୁ ନ ଥିବାରୁ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରୁଥିଲେ।
/sambad/media/post_attachments/wp-content/uploads/2020/01/Screen-Shot-2020-01-28-at-11.55.05-AM.png)
ଏହି ସମସ୍ୟାର ସମାଧାନ ପାଇଁ ପ୍ରତି ବର୍ଷ ଡିସେମ୍ବର ୩୧ ତାରିଖ ସୁଦ୍ଧା ପଦୋନ୍ନତି ପ୍ରକ୍ରିୟା ଶେଷ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁଯାୟୀ ୨୦୧୯ ଡିସେମ୍ବର ଶେଷ ସପ୍ତାହରେ ୩୧୬୬ ଜଣ କର୍ମଚାରୀ ପଦୋନ୍ନତି ପାଇଥିଲେ, ଯାହା କି ଏକ ରେକର୍ଡ ବୋଲି କୁହାଯାଉଛି। ପ୍ରତି ବର୍ଷ ଡିସେମ୍ବରରେ ପଦୋନ୍ନତି ନେଇ ସ୍ବତନ୍ତ୍ର ଅଭିଯାନ ଜାରି ରଖିବାକୁ ସବୁ ବିଭାଗକୁ କୁହାଯାଇଛି। କୌଣସି କାରଣରୁ ନିର୍ଦ୍ଧାରିତ ସମୟରେ ପଦୋନ୍ନତି ପାଇ ପାରି ନ ଥିବା କର୍ମଚାରୀମାନଙ୍କ ସମସ୍ୟାର ସମାଧାନ ପାଇଁ ‘ପଦୋନ୍ନତି ଅଦାଲତ’ ଗଠନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Promotion-Court_Thumbnail.jpg)