କଟକ : ଓଡ଼ିଶା ପୁଲିସ୍ରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀସ୍ତରରେ ପଦୋନ୍ନତି ଓ ବଦଳି କରାଯାଇଛି। ସେମାନଙ୍କ ମଧ୍ୟରେ ୫ଜଣଙ୍କୁ ଅତିରିକ୍ତ ଏସ୍ପି ପାହ୍ୟାକୁ ପଦୋନ୍ନତି ଦିଆଯାଇ ବଦଳି କରାଯାଇଥିଲାବେଳେ ତିନିଜଣ ଅତିରିକ୍ତ ଏସ୍ପିଙ୍କୁ ବିଭିନ୍ନ ଜିଲ୍ଲାକୁ ବଦଳି କରାଯାଇଛି। ସେହିପରି ଦୁଇ ଜଣ ଇନ୍ସପେକ୍ଟରଙ୍କୁ ଭାରପ୍ରାପ୍ତ ଡିଏସ୍ପି ଓ ଭାରପ୍ରାପ୍ତ ଏସିପି ଭାବେ ବଦଳି କରାଯାଇଥିବା ପୁଲିସ୍ ମୁଖ୍ୟାଳୟରୁ ଜାରି ହୋଇଥିବା ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।
ପାରଳାଖେମୁଣ୍ତି ଏସ୍ଡିପିଓ ଠାକୁର ପ୍ରସାଦ ପାତ୍ର ଗଞ୍ଜାମର ଅତିରିକ୍ତ ଏସ୍ପି ଭାବେ ବଦଳି ହୋଇଛନ୍ତି। ତାଙ୍କ ବ୍ୟତୀତ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଡିଏସ୍ପି ତେଜ ରାଜ ପଟେଲଙ୍କୁ କ୍ରାଇମ୍ବ୍ରଞ୍ଚର ଅତିରିକ୍ତ ଏସ୍ପି, ଆଠମଲ୍ଲିକ ଏସ୍ଡିପିଓ ସେକ୍ ଅବଦୁଲ କରିମ୍ଙ୍କୁ ଓଏଚ୍ଆର୍ସି ଅତିରିକ୍ତ ଏସ୍ପି, ଭଦ୍ରକ ପିସିଆର୍ ସେଲ୍ ଡିଏସ୍ପି ସୁରେଶ ଚନ୍ଦ୍ର ଜେନାଙ୍କୁ କନ୍ଧମାଳ ଅତିରିକ୍ତ ଏସ୍ପି, କଟକ ଏସ୍ପି ମୁଖ୍ୟାଳୟର ଡିଏସ୍ପି ବିଜୟ ବରଵାଙ୍କୁ ତାଳଚେର ଡିଆଇଜି କାର୍ଯ୍ୟାଳୟର ଅତିରିକ୍ତ ଏସ୍ପି ଭାବେ ପଦୋନ୍ନତି ଦିଆଯାଇ ବଦଳି କରାଯାଇଛି। ଏମାନଙ୍କ ବାଦ୍ ଓଏଚ୍ଆର୍ସିର ଅତିରିକ୍ତ ଏସ୍ପି ତପସ୍ବିନୀ ଆରୁଖଙ୍କୁ ଢେଙ୍କାନାଳକୁ, ତାଳଚେର ଡିଆଇଜିଙ୍କ କାର୍ଯ୍ୟାଳୟର ଅତିରିକ୍ତ ଏସ୍ପି ନୃପ ଚରଣ ଦଣ୍ତସେନାଙ୍କୁ ଝାରସୁଗୁଡ଼ା, ମାରିନ୍ ଓ କୋଷ୍ଟାଲ ସିକ୍ୟୁରିଟିର ଡିଏସ୍ପି ରବିନ୍ଦ୍ରନାଥ ମହାପାତ୍ରଙ୍କୁ କମିସନରେଟ ପୁଲିସ୍ର ଅତିରିକ୍ତ ଡିସିପି ଭାବେ ବଦଳି ହୋଇଛନ୍ତି। ଅନ୍ୟପକ୍ଷରେ ରାଉରକେଲାର ଇନ୍ସପେକ୍ଟର ରବିନାରାୟଣ ପାଢୀଙ୍କୁ ଭାରପ୍ରାପ୍ତ ଡିଏସ୍ପି, କମିସନରେଟ ପୁଲିସ୍ ଇନ୍ସପେକ୍ଟର ଅନୀଲ କୁମାର ବେଉରିଆଙ୍କୁ ଭାରପ୍ରାପ୍ତ ଏସିପି ଭାବେ ବଦଳି କରାଯାଇଛି। ପୁଲିସ୍ ଡିଜି ବିଜୟ କୁମାର ଶର୍ମାଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ ପୁଲିସ୍ ଏଷ୍ଟାବ୍ଲିସ୍ମେଣ୍ଟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/Odisha-Police.jpg)