ଭୁବନେଶ୍ୱର: ପଦୋନ୍ନତିରୁ ବଞ୍ଚିତ କର୍ମଚାରୀମାନଙ୍କୁ ରାଜ୍ୟ ସରକାର ଆଉ ଏକ ସୁଯୋଗ ଦେବା ପାଇଁ ଯୋଜନା କରୁଛନ୍ତି। ଏଥି ପାଇଁ କର୍ମଚାରୀମାନଙ୍କୁ ପଦୋନ୍ନତି ଅଦାଲତରେ ଆବେଦନ କରିବାକୁ ପଡ଼ିବ। ଚଳିତ ଜାନୁଆରି ୨୮, ୨୯ ଓ ୩୧ରେ ପଦୋନ୍ନତି ଅଦାଲତ ବସିବ। ପଦୋନ୍ନତିରୁ ବଞ୍ଚିତ କର୍ମଚାରୀମାନେ ପଦୋନ୍ନତି ଅଦାଲତରେ ଅଂଶଗ୍ରହଣ କରିବାକୁ ହେଲେ ଜାନୁଆରି ୨୩ ସୁଦ୍ଧା ଆବେଦନ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ଅନୁରୋଧ କରାଯାଇଛି।

Advertisment

ପଦୋନ୍ନତି ପାଇଁ ଇମେଲ୍‌ [email protected] ଯୋଗେ ଆବେଦନ କରାଯାଇ ପାରିବ। ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସ୍ଥାନରେ ୬ ଜଣ ବରିଷ୍ଠ ଆଇଏଏସ୍‌ ଅଫିସର ପଦୋନ୍ନତି ପାଇଁ କରିବେ ଶୁଣାଣି।

publive-image Photo: Glassdoor

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟ ଶାସନ ସଚିବ ଶୁଣାଣି କରିବେ। ଆଇଏଏସ୍‌ ସୁରେଶ ମହାପାତ୍ର ଗୋପବନ୍ଧୁ ଏକାଡେମିରେ ଶୁଣାଣି କରିବେ। ସେହିଭଳି କୃଷି ଭବନରେ ଆଇଏଏସ୍‌ ପ୍ରଦୀପ୍ତ କୁମାର ମହାପାତ୍ର, କଳିଙ୍ଗ ଷ୍ଟାଡିଅମରେ ଆଇଏଏସ୍‌ ଆର୍‌.କେ. ଶର୍ମା, ଏସ୍‌ଆଇଆରଡି କନ୍‌ଫରେନ୍‌ସ ହଲ୍‌ରେ ଆଇଏଏସ୍‌ ପ୍ରଦୀପ ଜେନା ଓ ଇଡକୋ କନ୍‌ଫରେନ୍‌ସ ହଲ୍‌ରେ ଆଇଏଏସ୍‌ ମୋନା ଶର୍ମା ଶୁଣାଣି କରିବେ।