୯ ଓଏଏସ୍ ଅଧିକାରୀଙ୍କ ପଦୋନ୍ନତି

ଭୁବନେଶ୍ବର : ବିଭିନ୍ନ ବର୍ଗର ୯ ଜଣ ଓଏଏସ୍ ଅଧିକାରୀଙ୍କୁ ପଦୋନ୍ନତି ମିଳିଛି। ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ରାଜଶ୍ରୀ ମହାନ୍ତି ଓ ରାଜସ୍ବ ପର୍ଷଦର ଅତିରିକ୍ତ ସଚିବ ନିହାର ରଞ୍ଜନ ଦାଶଙ୍କୁ ସ୍ବତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି। ସେହିପରି ଶ୍ରୀଜଗନ୍ନାଥ ମନ୍ଦିରର ପ୍ରଶାସନର ପ୍ରଶାସକ(ନୀତି) ଜିତେନ୍ଦ୍ର କୁମାର ସାହୁ, ଶ୍ରମ ବିଭାଗର ଯୁଗ୍ମ ସଚିବ ନିତି ରଞ୍ଜନ ସେନ୍ ଓ ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ରଙ୍କୁ ସୁପରିୟର୍ ଆଡ୍‌ମିନିଷ୍ଟ୍ରେଟିଭ୍ ଗ୍ରେଡ୍‌କୁ ପଦୋନ୍ନତି ମିଳିଛି। ସୁବର୍ଣ୍ଣପୁର ଡେପୁଟି ଜିଲ୍ଲାପାଳ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଭୁବନେଶ୍ବର ସ୍ମାର୍ଟ ସିଟିର ମହାପ୍ରବନ୍ଧକ କମଲଜିତ ଦାସ, ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା ଓ ଲୋୟର୍ ସୁକ୍‌ତେଲ ଜଳସେଚନ ପ୍ରକଳ୍ପର ସ୍ବତନ୍ତ୍ର ଭୂ ଅଧିଗ୍ରହଣ ଅଧିକାରୀ କୁମାର ନାଗଭୂଷଣଙ୍କୁ ସୁପର୍‌ଟାଇମ୍ ସ୍କେଲ୍‌କୁ ପଦୋନ୍ନତି ଦିଆଯାଇଛି। ଏହି ଅଧିକାରୀମାନେ ପଦୋନ୍ନତି ପରେ ନିଜ ନିଜ ପଦବିରେ କାର୍ଯ୍ୟ ଜାରି ରଖିବେ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି ହୋଇଛି।

ସମ୍ବନ୍ଧିତ ଖବର