ବାଜ୍ୟାପ୍ତି ହେବ ଟକ୍‌ଲୁ ରାଜାର ସଂପତ୍ତି

ଭୁବନେଶ୍ବର/ଜଳେଶ୍ବର : ଅନ୍ତଃରାଜ୍ୟ ଧଳାଜହର ମାଫିଆ ସେକ୍ ସମିରୁଦ୍ଦିନ୍ ଓରଫ୍ ଟକ୍‌ଲୁ ରାଜାର ସଂପତ୍ତି ବାଜ୍ୟାପ୍ତି ପାଇଁ କୋଲ୍‌କାତାସ୍ଥିତ ପୂର୍ବାଞ୍ଚଳ ଅଧିକୃତ କର୍ତ୍ତୃପକ୍ଷ ଆଦେଶ ଦେଇଛନ୍ତି। ଏନ୍‌ଡିପିଏସ୍ ଆକ୍ଟ୍‌ର ଚାପ୍ଟର-୫ (କ) ଅନୁଯାୟୀ, ନିଶା କାରବାର କରି ଗତ ୬ବର୍ଷରେ ଟକ୍‌ଲୁ ଅର୍ଜନ କରିଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସଂପତ୍ତିକୁ ବାଜ୍ୟାପ୍ତି କରାଯିବ। କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ଟକ୍‌ଲୁର ସଂପତ୍ତି ବ୍ୟାଜାପ୍ତି ପାଇଁ ଆବେଦନ କରିଥିଲା। ଟକ୍‌ଲୁ ଜଳେଶ୍ବରରେ ରହି ରାଜ୍ୟ ତଥା ରାଜ୍ୟ ବାହାରେ ହେରୋଇନ୍ ଓ ଧଳାଜହର ଭଳି ନିଶା କାରବାରର ମଙ୍ଗ ଧରିଥିଲା। ଏନେଇ ଏସ୍‌ଟିଏଫ୍ ତାକୁ ଗିରଫ କରୁଥିଲେ ସୁଦ୍ଧା ଜାମିନ୍‌ରେ ଆସି ପୁଣି ନିଶା କାରବାରରେ ଲିପ୍ତ ରହୁଥିଲା। ଗତ ୬ବର୍ଷ ମଧ୍ୟରେ ଟକ୍‌ଲୁ କିଣିଥିବା ପ୍ରାୟ ୧୯ଟି ଜମି ଓ ୨୦ଲକ୍ଷ ଟଙ୍କାର ସ୍ଥାବର ସଂପତ୍ତି ଠାବ କରିଥିଲା। ଏହିଭଳି ମୋଟ ପ୍ରାୟ ୨ କୋଟି ଟଙ୍କାର ସଂପତ୍ତି ରାଜା ନିଜର ଏବଂ ପରିବାରବର୍ଗଙ୍କ ନାଁରେ କରିଥିଲା।

ସମ୍ବନ୍ଧିତ ଖବର