ଭୁବେନଶ୍ବର : ବିଭିନ୍ନ ସ୍ଥାବର ସମ୍ପତ୍ତି ଯଥା ଜମି, ଘର ଆଦିର ବଜାର ମୂଲ୍ୟ ଚଳିତ ଆର୍ଥିକ ବର୍ଷରେ ବଢ଼ିବନି। ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ତଥା ଜିଲ୍ଲା ମୂଲ୍ୟାୟନ କମିଟିର ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି। କୋଭିଡ୍-୧୯ ମହାମାରୀ ଜନିତ ଯେଉଁ ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି ହୋଇଛି ସେହି ସମୟରେ ଲୋକଙ୍କ ଉପରେ ଅଧିକ ଚାପ ନଦେବାକୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ରାଜସ୍ବ ବିଭାଗ ପକ୍ଷରୁ କୁହାଯାଇଛି।
ରାଜସ୍ବ ବିଭାଗର ଏହି ନିଷ୍ପତ୍ତି ଦ୍ବାରା ବିଭିନ୍ନ ଅଞ୍ଚଳରେ ଜମିର ବର୍ଦ୍ଧିତ ବେଞ୍ଚମାର୍କ ମୂଲ୍ୟ ଲାଗୁ ହେବନି। ଲୋକମାନେ ପୂର୍ବ ବର୍ଷର ବେଞ୍ଚମାର୍କ ମୂଲ୍ୟ ଉପରେ ଜମି ଓ ଘର କିଣାବିକା କରିବେ। ଏହାଦ୍ବାରା ଲୋକଙ୍କୁ ରେଜିଷ୍ଟ୍ରେସନ୍ ମୂଲ୍ୟ ଉପରେ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ରିହାତି ମିଳିବ।
କେବଳ ଏତିକି ନୁହେଁ, ବିଏମ୍ସି ଏବେ ବର୍ଦ୍ଧିତ ବେଞ୍ଚମାର୍କ ମୂଲ୍ୟ ଅନୁଯାୟୀ ଯେଉଁ ହୋଲ୍ଡିଂ ଟିକସ ଆଦାୟ କରୁଛି ତାହା ଉପରେ ରୋକ୍ ଲାଗିବ। ରାଜଧାନୀବାସୀ ପୂର୍ବରୁ ଯେପରି ପୁରୁଣା ହିସାବରେ ହୋଲ୍ଡିଂ ଟିକସ ଦେଉଥିଲେ ଚଳିତ ଆର୍ଥିକ ବର୍ଷରେ ବି ସେମିତି ଦେବେ ବୋଲି ଜଣାପଡ଼ିଛି।