ମାଲକାନଗିରିରେ ହେବ ଏୟାରଷ୍ଟ୍ରିପ୍

ଭୁବନେଶ୍ବର :ରାଜ୍ୟ ସରକାର ମାଲକାନଗିରିରେ ଏକ ଏୟାରଷ୍ଟ୍ରିପ୍ କରିବାକୁ ଯୋଜନା କରିଛନ୍ତି। କେଉଁ ସ୍ଥାନରେ ଏୟାରଷ୍ଟ୍ରିପ୍ କଲେ ବିମାନ ଅବତରଣରେ ସମସ୍ୟା ହେବନି, ବିମାନ କମ୍‌ ଉଚ୍ଚତାରେ ଉଡ଼ିଲେ ବି ସମସ୍ୟା ରହିବନି ସେନେଇ ସର୍ଭେ କରି ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିବାକୁ ମୁଖ୍ୟଯନ୍ତ୍ରୀ(ରାସ୍ତା)ଙ୍କୁ ଦାୟିତ୍ବ ‌ଦିଆଯାଇଛି। ଏୟାରଷ୍ଟ୍ରିପ୍ ରନୱେ ଚିହ୍ନଟ କରିବା ପାଇଁ ଓଏଲ୍‌ଏସ୍‌ ସର୍ଭେ ହେବ। ଏହା ଏକ ଘରୋଇ ସଂସ୍ଥା ଦ୍ବାରା କରାଯିବ। ସେହିପରି ଏୟାରଷ୍ଟ୍ରିପ୍ ହେଲେ ଏଠାରେ ଟର୍ମିନାଲ ବିଲଡିଂ, ଆରପନ୍, ଏଟିସି ଟାୱାର, ଦମ୍‌କଳ କେନ୍ଦ୍ର ଏବଂ ଅନ୍ୟାନ୍ୟ ପରିଚାଳନା ସମ୍ବନ୍ଧୀୟ ଭିତ୍ତିଭୂମି ଯୋଗାଇ ଦିଆଯିବ। ଏହି ସବୁ ଭିତ୍ତିଭୂମି ନିର୍ମାଣ କରିବାକୁ ୨୫୦ମିଟରରେ ୨୫୦ମିଟର (୬.୨୫ ହେକ୍ଟର) ଜମି ଆବଶ୍ୟକ। ଏହି ଆବଶ୍ୟକୀୟ ଜମି ଯୋଗାଇ ଦେବା ପାଇଁ ମାଲକାନଗିରି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର