ଭୁବନେଶ୍ବର: କଂଗ୍ରେସ ଭବନରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଏହି ଅବସରରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଜାତୀୟ ପତକା ଉତ୍ତୋଳନ କରିଥିଲେ। ସେ ସମ୍ବିଧାନକୁ ନେଇ ବିଜେପି ଓ ଆରଏସଏସକୁ ଟାର୍ଗେଟ କରିଛନ୍ତି।
ସେ କହିଛନ୍ତି ଯେଉଁମାନେ ପୂର୍ବରୁ ସମ୍ବିଧାନକୁ ମାନୁ ନଥିଲେ ଆଜି ମଧ୍ୟ ସମ୍ମାନ ଦେଉନାହାନ୍ତି। ନ୍ୟାୟିକ ବ୍ୟବସ୍ଥାଠାରୁ ଆରମ୍ଭ କରି ସମସ୍ତ କ୍ଷେତ୍ରରେ ହସ୍ତକ୍ଷେପ କରୁଛନ୍ତି।
ଅଧିକ ପଢ଼ନ୍ତୁ: ପରଲୋକରେ ମାଲାୟଲମ ଚଳଚ୍ଚିତ୍ର ନିର୍ମାତା
ଆରଏସଏସ ମୁଖ୍ୟ କହୁଛନ୍ତି ରାମ ମନ୍ଦିର ହେଲା ପରେ ଭାରତ ସ୍ୱାଧୀନ ହୋଇଛି। କିନ୍ତୁ ଏବେ ସମ୍ବିଧାନ ବିପଦରେ ଅଛି । ସମସ୍ତେ ଏକ ହୋଇ ଲଢ଼ିବାର ଆବଶ୍ୟକତା ରହିଛି।
କାରଣ ସମ୍ବିଧାନ ଆମକୁ ଅନେକ ସୁବିଧା ଓ ସୁଯୋଗ ଦେଇଛି। ତାହାର ସୁରକ୍ଷା ଆମର ଦାୟିତ୍ବ ବୋଲି ରାମଚନ୍ଦ୍ର କାଡ଼ାମ କହିଛନ୍ତି।
ଅଧିକ ପଢ଼ନ୍ତୁ: ବିକଶିତ ଭାରତ, ବିକଶିତ ଓଡ଼ିଶା ନିର୍ମାଣ ପାଇଁ ସମସ୍ତେ ଶପଥ ନେବା: ମୁଖ୍ୟମନ୍ତ୍ରୀ