ଅଚ୍ୟୁତଙ୍କ ପ୍ରାର୍ଥିତ୍ବକୁ କନ୍ଧମାଳରେ ବିରୋଧ

ଫୁଲବାଣୀ : କନ୍ଧମାଳ ଲୋକସଭା ଆସନ ପାଇଁ ଅଚ୍ୟୁତଙ୍କ ନାମ ଘୋଷଣା ହେବା ପରେ କନ୍ଧମାଳ ବିଜେଡିରେ ବିଦ୍ରୋହ ଆରମ୍ଭ ହୋଇଛି। ସ୍ଥାନୀୟ ନେତାଙ୍କୁ ଟିକେଟ ଦେବା ଦାବି କରାଯାଇଛି। ନିଷ୍ପତ୍ତିର ପୁନଃବିଚାର କରିବାକୁ ସୁପ୍ରିମୋଙ୍କ ନିକଟରେ ଦାବି ହୋଇଛି।

ଆଜି ସଂଧ୍ୟା‌ରେ ବିଜୁ ପଟ୍ଟନାୟକ ଛକରେ ଦଳୀୟ ନେତା ଓ କର୍ମୀ ଦଳୀୟ ପତାକା ଧରି ବାହାର ପ୍ରାର୍ଥୀ ଘୋଷଣାର ପ୍ରତିବାଦ କରିବା ସହ ଟାୟାର ଜାଳି ନାରାବାଜି କରିଥିଲେ। ଯଦି ଏହାର ପୁର୍ନବିଚାର କରା ନ ଯାଏ ଲୋକସଭା ପ୍ରାର୍ଥୀଙ୍କୁ ବିରୋଧ କରାଯିବ ବୋଲି ନେତାମାନେ କହିଛନ୍ତି। ଫୁଲବାଣୀ ନଗରସଭାପତି ସୁଧୀର କହଁର, ମିଲନ କହଁର, ଆକାଶ ମହାନ୍ତି, ଦାରୁଣ ବେହେରା, ନାରୀନେତ୍ରୀ ନମିତା ବେ‌ହେରା, ଯୁବନେତା ପ୍ରଣଦ ନାୟକଙ୍କ ନେତୃତ୍ବରେ ଏହି ବିରୋଧ ଓ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆସନ୍ତାକାଲିଠାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିରୋଧ ଓ ପ୍ରତିବାଦ କାର୍ଯ୍ୟକ୍ରମ କରାଯିବ ବୋଲି ଦଳୀୟ ନେତା କହୁଥିବା ବେଳେ ଏହା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର