ଧାରା ୩୭୦ ଉଚ୍ଛେଦ ଅଗଣତାନ୍ତ୍ରିକ: ବାମପନ୍ଥୀ ସାମ୍ମୁଖ୍ୟ

ଭୁବନେଶ୍ୱର : ଧାରା ୩୭୦ ଉଚ୍ଛେଦ ଅଗାଣତାନ୍ତ୍ରିକ। ଜମ୍ମୁ ଓ କଶ୍ମୀରକୁ ଦୁଇଭାଗ କରିବା ଦୁର୍ଭାଗ୍ୟଜନକ। ଏହାରେ ପ୍ରତିବାଦରେ ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ବାମପନ୍ଥୀ ଦଳ ସମୂହ। ଆଜି ସିପିଆଇ, ସିପିଆଇ(ଏମ୍‌), ସିପିଆଇ(ଏମ୍‌-ଏଲ୍‌) ଏବଂ ଫରୱାର୍ଡ ବ୍ଲକ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍‌ଠାରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କୌଣସି ଜାଗାରେ ଆଲୋଚନା ନକରି କେନ୍ଦ୍ର ସରକାର ଏକତରଫା ଭାବେ ନେଇଥିବା ଏହି ନିଷ୍ପତ୍ତି ଆଗାମୀ ଦିନରେ ମହଙ୍ଗା ପଡ଼ିବ ବୋଲି ନେତୃତ୍ବ ନେଉଥିବା କର୍ମୀମାନେ ପ୍ରକାଶ କରିଥିଲେ। ସିପିଆଇ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ଜନାର୍ଦ୍ଦନ ପତି, ଜଗନ୍ନାଥ ମିଶ୍ର, ସୁରେଶ ପାଣିଗ୍ରାହୀ, ଆଶିଷ କାନୁନଗୋ, ରାମକୃଷ୍ଣ ପଣ୍ଡା, ସୌରୀବନ୍ଧୁ କର, ସୁର ଜେନା, ଯୁଧିଷ୍ଠିର ମହାପାତ୍ର, ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡ଼ା, ଅଶୋକ ପ୍ରଧାନ, ଜ୍ୟୋତିରଞ୍ଜନ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ରାଜନାରାୟଣ ଡାଳୁଅ ପ୍ରମୁଖ ଏହାର ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର