ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ମଣିପୁରରୁ ଆରମ୍ଭ ହୋଇଥିବା ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ର ଯାତ୍ରୀମାନଙ୍କୁ ଆକ୍ରମଣ ଓ ଦୁର୍ବ୍ୟବହାର ଘଟଣାରେ ଆଜି ଭୁବନେଶ୍ୱର ଜିଲ୍ଲା ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଉପଲକ୍ଷେ କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରା ମାଷ୍ଟର କ୍ୟାଣ୍ଟିନ୍ ଛକ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ମାଷ୍ଟର କ୍ୟାଣ୍ଟିନ୍‌ ଛକକୁ ଏକ ଘଣ୍ଟା ପର୍ଯ୍ୟନ୍ତ ଅବରୋଧ କରାଯାଇଥିଲା।

Advertisment

ଏହି ଆକ୍ରମଣର ଷଡ଼୍‌ଯନ୍ତ୍ରକାରୀ ହିମନ୍ତ ବିଶ୍ୱଶର୍ମାଙ୍କୁ କଂଗ୍ରେସ ପକ୍ଷରୁ ନିନ୍ଦା କରାଯାଇଥିଲା। ଦଳ ପକ୍ଷରୁ କୁହାଯାଇଛି ଯେ ମୋଦୀ ସରକାର ଓ ହିମନ୍ତ ବିଶ୍ୱଶର୍ମା ସରକାର ନିଜର ଦୁର୍ବଳତା, ଜନବିରୋଧୀ ନୀତି ଓ ଦୁର୍ନୀତିକୁ ଲୁଚାଇବା ପାଇଁ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରୀଙ୍କ ଉପରେ ଆକ୍ରମଣ କରିଛନ୍ତି। ଏହି ଯାତ୍ରା ହେଉଛି ସାଧାରଣ ଜନତାର ପ୍ରତିବାଦର ସ୍ୱର। ଦେଶର ସାଧାରଣ ଜନତାଙ୍କର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଅଧିକାରକୁ ବିଜେପି ସରକାର କ୍ଷୁଣ୍ଣ କରୁଛି ବୋଲି ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ରାମଚନ୍ଦ୍ର ଖୁଣ୍ଟିଆ, ବିଧାୟକ ସୁରେଶ ରାଉତରାୟ, ଶରତ ରାଉତ, ଶିବାନନ୍ଦ ରାୟ, ବିଶ୍ୱଜିତ ଦାଶ, କିଶୋର ଜେନା, ୟାସିର ନୱାଜ, ରଣଜିତ ପାତ୍ର, ସୁବ୍ରତ ମହାପାତ୍ର, ରଜନୀ ମହାନ୍ତି, ରଶ୍ମି ମହାପାତ୍ର, ଅମୀୟ ପଟ୍ଟନାୟକ, ରଣଜିତ ସେନାପତି, ମହମ୍ମଦ ଗୁଲଫାମ୍‌, କାର୍ତ୍ତିକ କାଣ୍ଡି, ସୁଦୀପ ସାମଲ, ହଳଧର ସେଠୀ, ଗୀତାଞ୍ଜଳି ମହାନ୍ତି, ଅଶୋକ ଦାସ, ପ୍ରଶାନ୍ତ ଚମ୍ପତ୍ତି, ଅକ୍ଷୟ କୁମାର ଦାସ, ବଳରାମ ନନ୍ଦ, ଶ୍ରେୟାସ୍ମିତା ପଣ୍ଡା, ମନୋରଞ୍ଜନ ଜେନା, ପ୍ରସନ୍ନ ନାୟକ, ମୋହନ ଜେନା, ବ୍ରହ୍ମାନନ୍ଦ ସାହୁ, ମଣ୍ଟୁ ମଲ୍ଲିକ, ସୌମେନ୍ଦ୍ର ମହାନ୍ତି, ପ୍ରଭାତ ପ୍ରତାପ ସିଂ, ଜୟଶ୍ରୀ ପାତ୍ର, ସ୍ନେହପ୍ରଭା ଜେନା, ସେକ୍ ମହମ୍ମଦ ଜମିଲ ଓ ସେକ୍ ତାକୱିମ୍‌ଙ୍କ ସହ ବହୁ କର୍ମୀ ସାମିଲ ହୋଇଥିଲେ।