କେନ୍ଦ୍ର, ରାଜ୍ୟ ଜନମାରଣ ନୀତିକୁ ବିରୋଧ; ୯ରେ ୧୨ ଘଣ୍ଟିଆ ଉପବାସ

ଭୁବନେଶ୍ୱର : କରୋନା ମୁକାବିଲାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳ ହୋଇଛନ୍ତି। ପିଏମ୍‌ କେୟାର ଫଣ୍ଡ ଓ ରାଜ୍ୟ ପାଣ୍ଠିର ବିନିର୍ବ୍ୟୟ, ଲୁଟ୍‌ ଏବଂ ରାଜ୍ୟ ଓ ଦେଶରେ ଭୟ ଓ ଆତାଙ୍କର ବାତାବରଣ ସୃଷ୍ଟି ପାଇଁ ଚକ୍ରାନ୍ତ କରାଯାଉଛି। ଏହାସହିତ କୋଇଲାର ଘରୋଇକରଣ କରି ପୁଞ୍ଜିପତିଙ୍କୁ ପ୍ରଦାନ, ରେଳବାଇ ଓ ବ୍ୟାଙ୍କକୁ ଘରୋଇକରଣ ପ୍ରଚେ‌ଷ୍ଟା, ନୀଳାଚଳ ଇସ୍ପାତ ନିଗମ ଓ ଇପିଜିସି ଭଳି ସଂସ୍ଥାକୁ ବନ୍ଦ କରି ବିକ୍ରି କରିବାର ପ୍ରୟାସ, ପରିବେଶ ଆଇନରେ ସଂଶୋଧନ , କୃଷି ସଂସ୍କାର ଆଳରେ ଏଫ୍‌ସିଆଇକୁ ଅକାମୀ ଉଦ୍ୟମ, ବିଦ୍ୟୁତ୍‌ ଆଇନ ପରିବର୍ତ୍ତନ କରି ସବ୍‌ସିଡି ପ୍ରତ୍ୟାହାର, ଚାଷୀକୂଳ ଓ ଶ୍ରମଜୀବୀ, ଦିନ ମଜୁରିଆ ଓ ପ୍ରବାସୀ ଶ୍ରମିକଙ୍କୁ ଭୋକିଲା ରଖିବାର ପ୍ରୟାସ କରାଯାଉଛି।

ଏହା ବିରୋଧରେ ଭାରତଛାଡ଼ ଆ‌େନ୍ଦାଳନର ୭୮ତମ ବାର୍ଷିକୀରେ ଆସନ୍ତା ୯ ତାରିଖ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ରାଜ୍ୟବାସୀ ନିଜ ଘରେ ରହି ପ୍ରତିବାଦ ଅନଶନ କରିବାକୁ ବରିଷ୍ଠ ସାମ୍ବାଦିକ ରବି ଦାସ, ପ୍ରହ୍ଲାଦ ସିଂହ, ଦେବୀପ୍ରସାଦ ପୃଷ୍ଟି, ବିକ୍ରମ ସ୍ବାଇଁ ପ୍ରମୁଖ ମିଳିତ ଭାବେ ଆହ୍ବାନ ଜଣାଇଛନ୍ତି। ଏହା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ନୀତି ଓ କାର୍ଯ୍ୟକ୍ରମ ବିରୋଧରେ ଜନଗଣଙ୍କର ଅହିଂସା ପ୍ରତିବାଦ। ପ୍ରତିବାଦକାରୀ ନିଜ ନିଜ ଘରେ ରହି ୧୨ ଘଣ୍ଟିଆ ଉପବାସ କରବାକୁ ନିବେଦନ କରିଛନ୍ତି। ସମସ୍ତ ରାଜନୈତିକ ଦଳ ଏଥିରେ ସାମିଲ ହେବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର