ଆଳି: ଆଳି ତହସିଲ ଅଧିନସ୍ଥ ରାଏସରପୁର ଗ୍ରାମ ନିବାସୀ ଜନୈକ ଭୂମିହୀନ ଭରତ ମଲିକଙ୍କ ଗୃହ ଉଚ୍ଛେଦ ପାଇଁ ଆଳି ତହସିଲଦାର ନୋଟିସ ଜାରି କରିବା ପରେ ଆଜି ସକାଳୁ ଭରତ ତାଙ୍କ ସପରିବାର ସହ ଆଳି ତହସିଲଦାରଙ୍କ ଅଫିସ ଆଗରେ ଆମରଣ ଅନଶନରେ ବସିଛନ୍ତି । ଏଠାରେ ପ୍ରକାଶଯୋଗ୍ୟ ଯେ, ରାଏସରପୁର ମୌଜାର ଖାତା ନମ୍ବର ୧୭୩ ପ୍ଲଟ ନମ୍ବର ୭୮ ରେ ଭୂମିହୀନ ଭରତ ନିଜ ବାପ ଅମଳରୁ ୪୦ ବର୍ଷଧରି ପିଲାଛୁଆ ଧରି ରହୁଛନ୍ତି। ଏହି ପ୍ଲଟକୁ ଲାଗି ଅନ୍ୟ ସରକାରୀ ପ୍ଲଟକୁ ଧନୀକ ଶ୍ରେଣୀର ଲୋକେ ଜବର ଦଖଲ କରିଥିବା ବେଳେ ୨୨ ତାରିଖରେ ଭରତଙ୍କ ଘର ଭାଙ୍ଗିବା ପାଇଁ ପ୍ରଶାସନ ନୋଟିସ ଜାରି କରିବା ପରେ ଭରତଙ୍କ ପରିବାର ହତାଶ ହୋଇପଡିଥିଲେ। ଭୂମିହୀନ ଭାବେ ଥଇଥାନ ପାଇଁ ସରକାରଙ୍କୁ ଜମି ପାଇଁ ଆବେଦନ କରିଥିବା ଭରତଙ୍କୁ ଜମି ଯୋଗାଇଦେବା ବଦଳରେ କରୋନା ମହାମାରୀ ସମୟରେ ଘରଭାଙ୍ଗିବା ନିଷ୍ପତ୍ତି ଯୋଗୁଁ ଭରତ ନିରୁପାୟ ହୋଇ ପରିବାର ସହିତ ଅନଶନ ଆରମ୍ଭ କରିଛନ୍ତି। ଭୂମିହୀନ ଭରତ ଦଳିତ ଶ୍ରେଣୀର ହୋଇଥିବାରୁ ଭରତଙ୍କୁ ସହାୟତା ଯୋଗାଇଦେବାକୁ କେନ୍ଦ୍ରାପଡା ଜିଲ୍ଲା ଦଳିତ ସଂଘପକ୍ଷରୁ କଳ୍ପତରୁ ମଲିକ, ଦିଲ୍ଲୀପ ମଲିକ, ଅକ୍ଷୟ ମଲିକ ଓ ଦଶରଥ ମଲିକ ପ୍ରମୁଖ ଆଳି ତହସିଲଦାର ତପନ ସେନାପତିଙ୍କ ସହିତ ରାତିରେ ଆଲୋଚନା ଜାରିରଖିଛନ୍ତି।
ଭଘରଭଙ୍ଗା ନୋଟିସ ପ୍ରତିବାଦ: ଅନଶନରେ ଭୂମିହୀନ ଭରତଙ୍କ ପରିବାର
/sambad/media/post_attachments/wp-content/uploads/2020/09/dgjd7gjd9g87jd9g87jdgj897j987j98gjdgjjggjdgjdgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)