ଭୁବନେଶ୍ୱର : ମଦ ବିେରାଧୀ ଆନ୍ଦୋଳନକୁ ଅଧିକ ବ୍ୟାପକ କରିବା ପାଇଁ ଆସନ୍ତା ଜାନୁଆରି ମାସରେ ଓଡିଶା ମଦମୁକ୍ତି ଅଭିଯାନ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ବ୍ୟାପକ ପଦଯାତ୍ରା ଓ ଗଣଜାଗରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଯେଉଁସବୁ ଅଞ୍ଚଳରେ ମଦ ବିରୋଧୀ ଆନ୍ଦୋଳନ ଚାଲୁଛି ଏବଂ ବିଶେଷକରି ମହିଳାମାନେ ଏହି ଆନ୍ଦୋଳନକୁ ଜୋରଦାର କରୁଛନ୍ତି ସେ ସବୁ ଅଞ୍ଚଳରେ ଆନ୍ଦୋଳନକାରୀଙ୍କୁ ଓଡିଶା ମଦମୁକ୍ତି ଅଭିଯାନର ପ୍ରତିନିଧିଦଳ ଭେଟିବେ ା ଏହାଛଡା ବିଭିନ୍ନ ସ୍ଥାନରେ ନିଶା ପ୍ରସାରଣର କାରଣ ଓ ନିରାକରଣ ପ୍ରସଙ୍ଗରେ ଆଲୋଚନାଚକ୍ରମାନ ଅନୁଷ୍ଠିତ ହେବ।

Advertisment

ମଦ ମୁକ୍ତି ଅଭିଯାନ ଦାବି କରିଛି, ଆସନ୍ତା ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ରାଜନୈତିକ ଦଳମାନେ ନିଶା ନିବାରଣ ସମ୍ପର୍କରେ ସେମାନଙ୍କ ପ୍ରତିବଦ୍ଧତା ଘୋଷଣା କରିବା ଦରକାର। ଓଡିଶା ବିଧାନସଭାରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିବା ଓଡିଶା ନିଶା ନିବାରଣ ଆଇନ୍‌କୁ କଡାକଡି ଭାବେ ପାଳନ କରିବା ଘେନି ସେମାନେ ନିଜ ନିଜ ନିର୍ବାଚନ ଇସ୍ତାହାରରେ ପ୍ରକାଶ କରିବାକୁ ଦାବି କରାଯାଇଛି।

ଓଡିଶା ମଦମୁକ୍ତି ଅଭିଯାନ ପକ୍ଷରୁ ପ୍ରମିଳା ସ୍ବାଇଁଙ୍କ ସଭାପତିତ୍ୱରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିନିଧିମାନଙ୍କର ଏକ ବୈଠକରେ ଏହି ମର୍ମରେ ପ୍ରସ୍ତାବ ଅନୁେମାଦନ ଲାଭ କରିଛି। ରାଜନୈତିକଦଳମାନଙ୍କ ଉପରେ ଚାପ ପ୍ରୟୋଗ କରିବା ଓ ବିଭିନ୍ନ ଜିଲ୍ଲାରେ ପଦଯାତ୍ରା କାର୍ଯ୍ୟକ୍ରମକୁ ଆଗେଇ ନେବାଲାଗି ନିର୍ଦ୍ଦିଷ୍ଟ ପ୍ରତିନିଧିମାନଙ୍କୁ ଏଥିରେ ଦାୟିତ୍ୱ ଦିଆଯାଇଛି।

ଓଡିଶା ମଦମୁକ୍ତି ଅଭିଯାନ ପକ୍ଷରୁ କୁହାଯାଇଛି ଯେ ଓଡିଶାର ବ୍ୟାପକ ଦାରିଦ୍ର୍ୟ ଓ ଅନଗ୍ରସରତା ପାଇଁ ନିଶା ପ୍ରମୁଖ ଭାବେ ଦାୟୀ ା ମହିଳା ଓ ଶିଶୁମାନଙ୍କ ପ୍ରତି ଘଟୁଥିବା ବିଭିନ୍ନ ପ୍ରକାରର ଅପରାଧ, ବିଗୁଡୁଥିବା ଆଇନ ଶୃଙ୍ଖଳା ପରିସ୍ଥିତି, ବଢି ଚାଲିଥିବା ରୋଗବ୍ୟାଧି, ବେରୋଜଗାରୀ, ଦୁର୍ଘଟଣା ଏବଂ ସର୍ବୋପରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ ଯୋଜନାର ଲକ୍ଷ୍ୟ ବ୍ୟର୍ଥ ହେବା ପଛରେ ନିଶାର ଏକ ଜବରଦସ୍ତ ପ୍ରଭାବ ରହିଛି। ଦୁର୍ନୀତିଗ୍ରସ୍ତ ରାଜନେତା ଓ ସେମାନଙ୍କ ଚାଟୁକାର ଅମଲାତନ୍ତ୍ରୀଙ୍କ ବ୍ୟକ୍ତିଗତ ଫାଇଦା ଲାଗି ଓଡିଶାରେ ମଦର ପ୍ରସାର ବଢୁଛି ବୋଲି ମଦମୁକ୍ତି ଅଭିଯାନ ପକ୍ଷରୁ ଅଭିଯୋଗ କରାଯାଇଛି। ନିଜେ ମୁଖ୍ୟମନ୍ତ୍ରୀ ୨୦୧୩ ଏପ୍ରିଲ ମାସରେ ତାଙ୍କ ଘୋଷିତ ଯୁବନୀତିରେ ନିଶାମୁକ୍ତ ଗ୍ରାମ ପ୍ରତିଷ୍ଠାଲାଗି େଘାଷମା କରିଥିଲେ। ଏହାକୁ ସାକାର ରୂପ େଦବା ଲାଗି ମଧ୍ୟ ସଂଗଠନ ଦାବି କରିଛି।