ଜୟପୁର : ମଦ ଦୋକାନକୁ ବିରୋଧ କରି ଆଜି କୋରାପୁଟର ଜୟପୁର କେଲାନଗରଠାରେ ଏକ ବଡ଼ଧରଣର ଅାନ୍ଦୋଳନ ହୋଇଛି। ମଦ ବିରୋଧୀ ଆନ୍ଦୋଳନକାରୀମାନେ ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥକୁ ଅବରୋଧ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଫଳରେ, ୩ ଘଣ୍ଟା ଧରି ସେଠାରେ ଅଚଳାବସ୍ଥା ଦେଖିବାକୁ ମିଳିଛି।
କେଲା ନଗର ହେଉଛି ଏକ ଆବାସିକ କଲୋନି। ଏଠାରେ ବିଭିନ୍ନ ବର୍ଗର ଲୋକ ବସବାସ କରନ୍ତି। ଏଠାକାର ଅଧିବାସୀମାନେ ମଦ ଦୋକାନକୁ ବିରୋଧ କରି ଆସୁଛନ୍ତି। ଆନ୍ଦୋଳନକାରୀଙ୍କ କହିବାନୁସାରେ, ପୂବର୍ରୁ ଏମ୍ଜି ରୋଡଠାରେ ମଦ ଦୋକାନ ଖୋଲିବା ପାଇଁ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଅନୁମତି ମିଳିଥିଲା। ମାତ୍ର, ବ୍ୟସାୟୀ ମିଥ୍ୟା ତଥ୍ୟ ଦେଇ କେଲାଠାରେ ଦୋକାନ ଖୋଲିବାକୁ ଅନୁମତି ଆଣିଛନ୍ତି। ସ୍ଥାନୀୟ ଅଧିବାସହୀମାନେ ଏ ନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି। ଫଳରେ, ଏହାର ପ୍ରତିବାଦରେ ସ୍ଥାନୀୟ ଅଧିବାସୀମାନେ ୩ ଘଣ୍ଟା ଧରି ରାଞ୍ଚି- ବିଜୟୱାଡା ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଥାନା ଅଧିକାରୀ ବାଲେଶ୍ବର ଗିଧି ଘଟଣା ସ୍ଥଳରେ ପହଁଚି ଘଟଣାର ତଦନ୍ତ କରିବା ସହ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ଏ ବିଷୟରେ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/mada-dokan-bandh.jpg)