ସରକାରଙ୍କ ମଦ ନୀତିକୁ ବିରୋଧ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ମଦ ନୀତି ଓ ମଦ ବ୍ୟବସାୟୀଙ୍କୁ ପୁରସ୍କୃତ କରିବା ଘୋଷଣାକୁ ବିରୋଧ କରିଛି ନିଖିଳ ଭାରତ ମହିଳା ସାଂସ୍କୃତିକ ସଂଗଠନ। ଏହାର ପ୍ରତିବାଦରେ ଆଜି ସଂଗଠନର ଶତାଧିକ ମହିଳା ଲୋୟର ପିଏମ୍‌ଜିଠାରେ ବି‌କ୍ଷୋଭ ପ୍ରଦର୍ଶନ କରିବା ସହ ସରକାର ଏହି ଘୋଷଣା ତୁରନ୍ତ ପ୍ରତ୍ୟାହାର କରି ନେବାକୁ ଆହ୍ବାନ ଦେଇଥିଲେ। ଏଭଳି ହେଲେ ‘ମା’କୁ ସମ୍ମାନ’ କଥା ହାସ୍ୟାସ୍ପଦ ହେବା ସହ ଅପରାଧ ବଢ଼ି ଚାଲିବ ବୋଲି ମହିଳାମାନେ ଯୁକ୍ତି ବାଢ଼ିଥିଲେ। ମଦକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ ବୋଲି ବିକ୍ଷୋଭର ନେତୃତ୍ବ ନେଉଥିବା ରାଜ୍ୟ ଉପସଭାନେତ୍ରୀ ଜୟନ୍ତୀ ଜେନା, ଭୁବନେଶ୍ବର ସମ୍ପାଦିକା ବିଜୟଲକ୍ଷ୍ମୀ ପାତ୍ର, ପ୍ରଭାମଞ୍ଜୁଳା ବ୍ରହ୍ମ, ପ୍ରଭାସିନୀ ରାଉଳ, ସୁନିତା ପାଣିଗ୍ରାହୀ, ଶିଶିର ଜେନା, ମୋନାଲିସା ଜେନା ପ୍ରମୁଖ ଦାବି କରିଥିଲେ।

ସମ୍ବନ୍ଧିତ ଖବର