ସାମ୍ବାଦିକଙ୍କୁ ମାଡ଼ ଓ ଗୋଡ଼ରେ ବେଡ଼ି ପକାଇବା ଘଟଣା: କଳା ବ୍ୟାଜ୍‌ ପିନ୍ଧିଲେ, ଆନ୍ଦୋଳନକୁ ଓହ୍ଲାଇଲେ ସାମ୍ବାଦିକ

ବାଲେଶ୍ବର: ସାମ୍ବାଦିକଙ୍କୁ ମାଡ଼ ଓ ଗୋଡ଼ରେ ବେଡ଼ି ପକାଇବା ଘଟଣା ଘନେଇବାରେ ଲାଗିଛି। ଏନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିିୟା ପ୍ରକାଶ ପାଇଥିବା ବେ‌େଳ ସାମ୍ବ‌ାଦିକମାନେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ବାଲେଶ୍ବର ଜିଲ୍ଲା ‘ସମ୍ବାଦ’ ତଥା ‘କନକ ଟିଭି’ର ସାମ୍ବାଦିକ ଲୋକନାଥ ଦଳେଇଙ୍କ ପ୍ରତି ନୀଳଗିରି ପୁଲିସ ଅମାନବୀୟ ଅତ୍ୟାଚାର କରିଛି। ବିନା‌ ଦୋ‌ଷରେ ତାଙ୍କ ନାମରେ ୪ ତାରିଖ ଦିନ ମାମଲା ରୁଜୁ କରିଥିଲା ଏବଂ ୬ ତାରିଖ ଦିନ ଗିରଫ କରିଥିଲା। ଥାନାରେ ତାଙ୍କୁ ମାଡ଼ ମରାଯାଇଥିଲା। ସେ ଅସୁସ୍ଥ ହୋଇ ପଡ଼ିବାରୁ ପ୍ରଥମେ ନୀଳଗିରି ଏବଂ ପରେ ବାଲେଶ୍ବର ଡାକ୍ତରଖାନା ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ମଧ୍ୟ ପୁଲିସ ତାଙ୍କୁ ଗୋଡ଼ରେ ବେଡ଼ି ପକାଇ ରଖିଥିଲା। ଏହି ଘଟଣା‌କୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟର ସାମ୍ବାଦିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜି ବା‌ଲେଶ୍ବରର ଶତାଧିକ ସାମ୍ବାଦିକ କଳା ବ୍ୟାଜ୍‌ ପିନ୍ଧିବା ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଏବଂ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି। ଏନେଇ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ମାନବାଧିକାର କମିସନ, ରାଜ୍ୟ ସରକାର, ପୁଲିସ ମହାନିର୍ଦେଶକ, ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗଙ୍କୁ ପ୍ରଦାନ କରାଯାଇଥିବ‌ା ଜଣାପଡ଼ିଛି।


ନୀଳଗିରି ବଜାରରେ ଗାଡ଼ି ପାର୍କିଂକୁ ନେଇ ଲୋକନାଥ ଏବଂ ନୀଳଗିରି ଥାନାର ଜଣେ କନ୍‌ଷ୍ଟେବଲଙ୍କ ସହ ଗତ ୪ ତାରିଖ ଦିନ କଥା କଟାକଟି ହୋଇଥିଲା। ଲୋକନାଥ ନୀଳଗିରି ପୁଲିସର ମନମୁଖୀ କାମ ତଥା ଡ୍ରଗ୍‌ସ କାରବାର ନେଇ ଏକାଧିକ ଖବର ପ୍ରକାଶ କରିଥିବାରୁ ସେ ଟାର୍ଗେଟ୍‌ରେ ଥିଲେ। କନ୍‌ଷ୍ଟେବଲଙ୍କ ସହ ଯୁକ୍ତିତର୍କ ପରେ ନୀଳଗିରିି ପୁଲିସକୁ ପ୍ରତି‌ଶୋଧ ନେବାର ସୁଯୋଗ ମିଳିଥିଲା ଏବଂ ମିଛ ମାମଲା ରୁଜୁ କରି ଲୋକନାଥଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର