ସୁନ୍ଦରଗଡ଼: ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ରହସ୍ୟଜନକ ମୃତ୍ୟୁ ଓ ଏଏସ୍ଆଇ ଆଲିଶ ନାରମି ଲୁଗୁନଙ୍କ ହତ୍ୟା ମାମଲାରେ ଜିଲ୍ଲାରେ ଅସନ୍ତୋଷର ନିଆଁ କୁହୁଳୁଛି। ଏସ୍ଥିତିରେ ତାତି ଉଠିଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ସମୂହ।
/sambad/media/post_attachments/wp-content/uploads/2023/10/27523903-c9c2-4992-b221-43d7acc04f13-1024x473.jpeg)
ମାମଲାର ପର୍ଦ୍ଦାଫାସ ଓ ହତ୍ୟାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ୬ ତାରିଖ ଶୁକ୍ରବାର ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ସଂଗଠନ ସମୂହର ହଜାର ହଜାର ଆଦିବାସୀ ବିଶାଳ ପ୍ରତିବାଦ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଏହି ଅବସରରେ ଆୟୋଜିତ ପ୍ରତିବାଦ ସଭାରେ ଆଦିବାସୀ ନେତାମାନେ ନବୀନ ସରକାର ଓ ଜିଲ୍ଲାପାଳ, ରାଉରକେଲା ଏସପି, ଏଡିଏମଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ମାମଲାରେ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କୁ ପକ୍ଷଭୁକ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସିବିଆଇ ତଦନ୍ତ କରି ହତ୍ୟା ଘଟଣାର ପର୍ଦ୍ଦାଫାସ କରି ଦୁଇ ଆଦିବାସୀ ମହିଳା ଅଧିକାରୀଙ୍କୁ ନ୍ୟାୟ ନ ଦେଲେ ଆଗକୁ ଜିଲ୍ଲାରେ ନିଆଁ ଜଳିବ ବୋଲି ଚେତାବନୀ ଦେଇଥିଲେ।
ଆଦିବାସୀ ମହିଳା ଅଧିକାରୀ ସୁସ୍ମିତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ବେଳେ ଏଥିରେ ଜିଲ୍ଲାର ଉଚ୍ଚ ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ଥିବାରୁ ପୁଲିସ ଆତ୍ମହତ୍ୟାର ରୂପ ଦେଇ ମାମଲାକୁ ଚାପି ଦେବାକୁ ବସିଥିବା ଆଦିବାସୀ ସଂଗଠନ ଅଭିଯୋଗ କରିଥିଲେ। ବିକ୍ଷୋଭରେ ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ମଞ୍ଚ, ସୁନ୍ଦରଗଡ଼ ଜିଲ୍ଲା ମାଟି ବଞ୍ଚାଅ ମଞ୍ଚ, ସୁନ୍ଦରଗଡ଼ ମହିଳା ଫୋରମ, ରାଉରକେଲା ମହିଳା ଫୋରମ, ସୁନ୍ଦରଗଡ଼ ଗ୍ରାମସଭା ଫୋରମ, ଆଦିବାସୀ ମୂଳବାସୀ ବଞ୍ଚାଅ ମଞ୍ଚ, ଆଞ୍ଚଳିକ ସୁରକ୍ଷା ମଞ୍ଚର ହଜାର ହଜାର ମହିଳା, ପୁରୁଷ ସାମିଲ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/527cea1a-a246-407f-9233-0affc135d26f.jpeg)