ଭୁବନେଶ୍ବର : ବରିଷ୍ଠ ବିଜେପି ନେତା ତଥା ବିଧାୟକ ଜୟନାରାୟଣ ମିଶ୍ର ନିଜ ସୁରକ୍ଷା କର୍ମୀଙ୍କୁ ଫେରାଇବା ସହ ରାଜ୍ୟ ପୁଲିସକୁ କଟୁ ସମାଲୋଚନା ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ତାଙ୍କର ଏଭଳି କାର୍ଯ୍ୟକୁ ଅବସରପ୍ରାପ୍ତ ଓ କାର୍ଯ୍ୟରତ ପୁଲିସ କର୍ମଚାରୀ ତୀବ୍ର ବିରୋଧ କରିଛନ୍ତି।
ଶୁକ୍ରବାର ଅପରାହ୍ଣ ସମୟରେ ଅବସରପ୍ରାପ୍ତ ପୁଲିସ କର୍ମଚାରୀ ସଂଘର ସଭାପତି ସୂର୍ଯ୍ୟମଣି ତ୍ରିପାଠୀଙ୍କ ନେତୃତ୍ବରେ ଏକ ୧୦ ଜଣିଆ ପ୍ରତିନିଧି ଦଳ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଥିଲେ ଯେ, ଅନେକ ସମୟରେ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ଯୋଗୁ ରାଜନେତାଙ୍କ ଜୀବନ ରକ୍ଷା ହୋଇପାରିଛି। ପୂର୍ବରୁ ମଧ୍ୟ କେତେଜଣ ନେତାଙ୍କ ଉଦାହରଣ ରହିଛି। ଯେଉଁଠି ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ନିଜ ଜୀବନକୁ ବାଜି ଲଗାଇ ରାଜନେତା ଓ ଅନ୍ୟ ଅଧିକାରୀଙ୍କୁ ବିପଦରୁ ରକ୍ଷା କରିପାରିଛନ୍ତି।
ଜଣେ ପୁଲିସ ଅଧିକାରୀଙ୍କ ଭୁଲ ଯୋଗୁ ରାଜ୍ୟର ସମସ୍ତ ପୁଲିସଙ୍କୁ ଦୋଷୀ କହିବା ଓ ଅପରାଧ ପ୍ରବଣ କହିବା କେତେଦୂର ଠିକ୍ ବୋଲି ପ୍ରଶ୍ନ ଉଠାଛନ୍ତି। ଜଣେ ଜନପ୍ରତିନିଧି ହୋଇ ତାଙ୍କ ମୁହଁରୁ ଏଭଳି କଥା ସଭ୍ୟ ସମାଜଙ୍କୁ ଭୁଲ ବାର୍ତ୍ତା ଦେଉଛି। ତାଙ୍କର ଏଭଳି ମନ୍ତବ୍ୟ ପୁଲିସ ମନୋବଳକୁ ଦୁର୍ବଳ କରିବା ଆଶଙ୍କା ରହିଛି। ପୁଲିସକୁ ସମାଲୋଚନା କରିବାରୁ ବିଧାୟକ କ୍ଷ୍ୟାନ୍ତ ରହିବାକୁ ସଂଘ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/Jayanarayan-Mishra_1.jpg)