ଭବାନୀପାଟଣା: ବିଦ୍ୟୁତ ଶ୍ରମିକ କର୍ମଚାରୀ ଏକତା ମଞ୍ଚ ପକ୍ଷରୁ ଆଜି ସଂଘର ଡାକରାକ୍ରମେ କଳାହାଣ୍ଡି ଜିଲ୍ଲାର ସମସ୍ତ ଓପିଟିସିଏଲ୍ ଅଫିସ ଆଗରେ ବିଦ୍ୟୁତ୍ କ୍ଷେତ୍ରର କାର୍ଯ୍ୟରତ ସମସ୍ତ କର୍ମଚାରୀ କଳାବ୍ୟାଜ ପିନ୍ଧି ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆସନ୍ତା ୧୫ ତାରିଖ ସୁଦ୍ଧା କର୍ମଚାରୀଙ୍କ ସମସ୍ୟାର ସମାଧାନ ନହେଲେ ୧୬ ତାରିଖରେ ଭୁବନେଶ୍ବର ସ୍ଥିତ ଓପିଟିସିଏଲ୍ ମୁଖ୍ୟ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
କର୍ମଚାରୀମାନଙ୍କ ଦରମା ତାରତମ୍ୟ ଦୂର କରିବା, କ୍ୟାଡର ରି–ଷ୍ଟ୍ରକ୍ଚର କରି ୨୦୧୫ ଏପ୍ରିଲ ୧ ପୂର୍ବରୁ ଲାଗୁ କରିବା, ବେଆଇନ ଭାବେ ଚାକିରୀ ସତ୍ତାବଳିକୁ ବାତିଲ କରିବା ପ୍ରତିବାଦ, ନୂତନ ମଜୁରି ନିର୍ଦ୍ଧାରଣ ସମେତ ୮ ଦଫା ଦାବି ନେଇ ଶ୍ରମିକ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜିର ବିକ୍ଷୋଭ ପ୍ରଦର୍ଶନରେ ଶରତ ଚନ୍ଦ୍ର ସାହୁ, ଭଗବାନ ଛତ୍ରିଆ, ପରମେଶ୍ବର ବେହେରା, ଦୁର୍ଗାମାଧବ ପଣ୍ଡା, ଭବାନୀ ଶଙ୍କର ସାହୁ, ପୂର୍ଣ୍ଣଚନ୍ଦ୍ର ମାଝୀ, ଭକ୍ତ ଚରଣ ତାଣ୍ଡି, ନିଗମାନନ୍ଦ ଦାସ, ଭବାନୀ ଶଙ୍କର ସାହୁ, ମଣ୍ଟୁ ରଣା, ବିଶିକେଶନ ଭୋଇ, ମନୋଜ ସାହୁ, ଅଖିଲ ପାଣିଗ୍ରାହୀ, ପ୍ରଦୀପ ବାଗ, ସୁବ୍ରତ ସାହୁ, ଅଜୟ ସିଂ, ମନୋଜ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/5-7.jpg)