କେନ୍ଦୁଝର : ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ୨୧ଦଫା ଦାବି ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଗଠନର ବହୁ କାର୍ଯ୍ୟକର୍ତ୍ତା ଆଜି ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ କରିବା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ମଣିପୁର ହିଂସା ପ୍ରସଙ୍ଗରେ ଭୀମ ଆର୍ମିର ଜିଲ୍ଲା ସଭାପତି ସତ୍ୟବ୍ରତ ଜେନା ସରକାରଙ୍କୁ ସମାଲୋଚନା କରିବା ସହ ଏହାର ସମାଧାନ ପାଇଁ ଦାବି କରିଥିଲେ। ଦାବି ପୂରଣ ନହେଲେ ଅଗଷ୍ଟ ୭ରେ ଦେଶବ୍ୟାପୀ ବନ୍ଦ ପାଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

Advertisment

ସଭାପତି ବିଜୟ କୁମାର ହେମ୍ବ୍ରମ, ଭୀମ ଆର୍ମିର ଜିଲ୍ଲା ସଭାପତି ସତ୍ୟବ୍ରତ ଜେନା, ସମ୍ପାଦକ ଅଭୟ ଜେନା, ରମେଶ ଲାଗୁରୀ, ସଞ୍ଜୟ ଗାଗରାଇ, ନନ୍ଦୁ ମୁଣ୍ତା, ମାଣିକ ବଦ୍ରା, ପାର ହାଁସଦା, ଧନୁଞ୍ଜୟ ମୁଣ୍ତା, ନାରାୟଣ ମୁଣ୍ତା, ଲକ୍ଷ୍ମଣ ବାଙ୍କୁରା, ବିଭୂତି ହେମ୍ବ୍ରମ, ନନ୍ଦକିଶୋର ହେମ୍ବ୍ରମ, କରିଆ ମୁଣ୍ତା ପ୍ରମୁଖ ବିକ୍ଷୋଭରେ ସାମିଲ ହୋଇଥିଲେ।