ରେଳ ଧାରଣା ଉପରେ ବସି ପ୍ରତିବାଦ: ଫାଟକ ଉଠାଅନି

ଖୋର୍ଦ୍ଧା: ଧଉଳିମୁହଁ ପଞ୍ଚାୟତ ଦେଇ ଯାଇଥିବା ରେଳ ଫାଟକ ଉଠାଇବା ପାଇଁ ବିଭାଗ ପକ୍ଷରୁ ଯେଉଁ ପ୍ରୟାସ ଆରମ୍ଭ ହୋଇଛି ତାହାକୁ ଅଞ୍ଚଳବାସୀ ପଣ୍ଡ କରି ଦେଇଛନ୍ତି। ପୂର୍ବରୁ ସେମାନେ ଏନେଇ ରେଳ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଦେଇଥିବା ଦାବିପତ୍ର ବିଷୟରେ ବିଚାର ନକରି ବୁଧବାର ଫାଟକ ଉଠାଇବାକୁ ଆସିଥିବା ବେଳେ ସେଠାରେ ଉତ୍ତେଜନା ଦେଖାଦେଇଛି। ଲୋକେ ରେଳଧାରଣା ଉପରେ ବସି ପ୍ରତିବାଦ କରିଛନ୍ତି। ଫାଟକ ଉଠାଅନି, ଅସୁବିଧା ହେବ। ପ୍ରଶାସନ ବୁଝିବା ପାଇଁ ୫ଦିନ କଣ୍ଟ ଦେବା ପରେ ଲୋକେ ଉଠିଛନ୍ତି।

ଦୁଇଦିନ ପୂର୍ବେ ପଂଚାୟତବାସୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ରେଳ ଫାଟକ ଉଠାଇବା ଫଳରେ ସେମାନଙ୍କ ଚାଷଜମି, ଅଙ୍ଗନବାଡ଼ି କେନ୍ଦ୍ର, ଶ୍ମଶାନ, ପୋଖରୀ ଆଦିକୁ ଯିବାକୁ ସମସ୍ୟା ସୃଷ୍ଟି ହେବ ବୋଲି ଅବଗତ କରାଇଥିଲେ। ଏନେଇ ପଦକ୍ଷେପ ନନେଲେ ବୁଧବାର ଧାରଣା ଦେବେ ବୋଲି ଲିଖିତ ଭାବେ ଜଣାଇଥିଲେ । ତେବେ ନିଷ୍ପତ୍ତି ପ୍ରକାରେ ବୁଧବାର ସକାଳ ପ୍ରାୟ ୮ଟା ବେଳେ ରେଳ କର୍ତ୍ତୃପକ୍ଷ ଏହି ଫାଟକକୁ ଉଠାଇଦେବାକୁ ଆସିଥିଲେ । ପ୍ରତିବାଦରେ ପଂଚାୟତର ଶତାଧିକ ଲୋକ ରେଳ ଧାରଣା ଉପରେ ବସିରହିଥିଲେ।  ଫଳରେ ରେଳ କର୍ତ୍ତୃପକ୍ଷ ଫାଟକ ଉଠାଇପାରିନଥିଲେ । ସୂଚନା ପାଇ ଖୋର୍ଦ୍ଧା ରେଳ ଡିଭିଜନର ବରିଷ୍ଠ ଅଧିକାରୀ, ଖୋର୍ଦ୍ଧା ତହସିଲଦାର, ରେଳବାଇ ପୁଲିସ, ଖୋର୍ଦ୍ଧା ପୁଲିସ, ଉପଜିଲ୍ଲାପାଳ ପ୍ରମୁଖ ସେଠାରେ ପହଂଚି ବୁଝାଶୁଝା କରିଥିଲେ ମଧ୍ୟ ଲୋକମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ । ଶେଷରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଜିଲ୍ଲାପାଳ, ରେଳ କର୍ତ୍ତୃପକ୍ଷ ଓ ପଂଚାୟତବାସୀଙ୍କ ଉପସ୍ଥିତିରେ ଆସନ୍ତା ୪ ତାରିଖରେ ଏହାର ସମାଧାନ ପାଇଁ ବୈଠକ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକମାନେ ଧାରଣାରୁ ଉଠିଥିଲେ ।

ସମ୍ବନ୍ଧିତ ଖବର