ଭୁବନେଶ୍ବର: ଯାଜପୁରଜିଲ୍ଲା ପାଣିକୋଇଲିରେ ୧୦୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଟ୍ରମା କେୟାର ଫେଶିଲିଟି ହସ୍ପିଟାଲରୁ ପିପିପି ମୋଡ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରାଯାଉ ଏବଂ ଏହି ହସ୍ପିଟାଲକୁ ଉପଖଣ୍ଡ ଡାକ୍ତରଖାନା ଘୋଷଣା କରିବା ନିମନ୍ତେ ଆଜି ଯାଜପୁର ୟୁଥ୍ ଫୋରମ୍ର ସଭାପତି ଯୁବ ନେତା ରାକେଶ ସାହୁଙ୍କ ନେତୃତ୍ୱରେ ଶତାଧିକ ଯୁବକ ବିଧାନସଭା ସମ୍ମୁଖରେ ଧାରଣାରେ ସାମିଲ ହୋଇ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ପ୍ରତିବାଦ କରିଥିଲେ। ଆଗାମୀ ଦିନରେ ଏହି ନିଷ୍ପତ୍ତିର ପୁନର୍ବିଚାର ନ ହେଲେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଶ୍ରୀ ସାହୁ ଚେତାବନୀ ଦେଇଛନ୍ତି।
ଏହି ଧାରଣାରେ ବିଧାୟକ ଅଶୋକ ଦାସ, ଅରବିନ୍ଦ ମହାପାତ୍ର, ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ, ରାମଚନ୍ଦ୍ର ଖୁଣ୍ଟିଆ ସମର୍ଥନ କରି ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିର୍ମଳ ରଥ, ଅକ୍ଷୟ ଜେନା, ନାରାୟଣ ବେହେରା, ରବୀନ୍ଦ୍ର ଘଡେ଼ଇ, ସୁଶାନ୍ତ ବେହେରା, ଶ୍ରୀକାନ୍ତ ପରିଡ଼ା, ରୁଦ୍ର ବେହେରା, ସୁଶାନ୍ତ ବେହେରା, ରଞ୍ଜିତ ପ୍ରଧାନ, ସୁନୀଲ ପାଲ, ପ୍ରଫୁଲ୍ଲ ପାଢ଼ୀ, ମାଧବ ସିଂ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/19/whatsapp-image-2026-02-19-21-55-31.jpeg)