ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିରେ ଓକିଲଙ୍କ ଆନ୍ଦୋଳନ ଯୋଗୁଁ ୩ ଦିନ ହେଲା ସରକାରୀ କାମ ଠପ୍ ହୋଇଯାଇଛି। ବ୍ୟାଙ୍କ, ଅଫିସ, ଅଦାଲତ ସବୁକିଛି ବନ୍ଦ ରହିଛି। ଓକିଲମାନଙ୍କ ଏହି ଆନ୍ଦୋଳନରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସମେତ ସବୁ ରାଜନୈତିକ ଦଳର ନେତା ଓ କର୍ମୀ ଏଥିରେ ସାମିଲ ହୋଇ ନିଜ ସମର୍ଥନ ଜଣେଇଛନ୍ତି। ନେଲସନ ମଣ୍ଡେଲା ଛକରେ ପିଂକେଟିଂ ଯୋଗୁଁ ଜଜ୍ ଓ କୋର୍ଟ କର୍ମଚାରୀ ଫେରି ଯାଇଛନ୍ତି। ଆର୍ଡିସି, ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲ ଅଫିସ ସାଂଗକୁ ରାଜ୍ୟ ଓ କେନ୍ଦ୍ର ସରକାର ସବୁ ଅଫିସ,ବ୍ୟାଙ୍କ, ଅର୍ଥନୈତକ ଅନୁଷ୍ଠାନକୁ ବନ୍ଦ କରି ଦିଆଯାଇଛି। ଅଫିସଗୁଡ଼ିକ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଜିଲ୍ଲାର ସବୁ ଅଂଚଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଅପରପକ୍ଷରେ ବ୍ୟାଙ୍କ ବନ୍ଦ ହେବା ଯୋଗୁଁ ଏଟିମ୍ କାଉଣ୍ଟରଗୁଡ଼ିକ ମଧ୍ୟ ଖାଲି ହୋଇଯାଇଛି। ଅଫିସ , ବ୍ୟାଙ୍କ ଆଦି ବନ୍ଦ ହେବା ଏବଂ ଏଟିମ୍ କାଉଣ୍ଟରରୁ ବି ଟଙ୍କା ମିଳୁନଥିବାରୁ ଲୋକେ ହଇରାଣ ହେଉଛନ୍ତି। ନେଲସନ ମଣ୍ଡେଲା ଛକ (କଚେରି ଛକ)ରେ ଚାଲିଥିବା ଧାରଣା ସଭାରେ ଶତାଧିକ ଓକିଲଙ୍କ ସହିତ ବିଭିନ୍ନ ସଂଗଠନର ସଭ୍ୟ ଓ କର୍ମକର୍ତାମାନେ ଯୋଗ ଦେଇଥିଲେ । ଲଜପତ ରାୟ ଆଇନ କଲେଜର ଶତାଧଇକ ଛାତ୍ରଛାତ୍ରୀମାନେ ଏକ ବିରାଟ ପଟୁଆରରେ ଆସି ଧାରଣାରେ ସାମିଲ ହୋଇଥିଲେ। ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ରଘୁନାଥ ମିଶ୍ର, ସ୍ୱେଚ୍ଛାସେବୀ ଗୋଲକ ବିହାରୀ ମିଶ୍ର, ଆଇନ କଲେଜର ପ୍ରତିନିଧି ପୂଜା ଭେଲର, ଆଇନଜୀବୀ ସାଲେଗ୍ରାମ ସାହୁ, ରୋଟାରିଏନ ଉଦ୍ଧବ ମହାପାତ୍ର, ଡା. ଦିପ୍ତୀବାଳା ପଟ୍ଟନାୟକ ପ୍ରମୁଖ ନିଜ ମତାମତ ରଖିଥିଲେ । ବକ୍ତାମାନେ ମତାମତ ଦେଇଥିଲେ ଯେ, ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ସ୍ଥାପନ ନ ହେବା ମାନବ ଅଧିକାରର ଉଲଘଂନ ହେଉଛି।
ହାଇକୋର୍ଟ ବେଞ୍ଚ ଆନ୍ଦୋଳନ : ୩ ଦିନ ହେଲା କାମ ଠପ୍
/sambad/media/post_attachments/wp-content/uploads/2018/02/SBPHO19-5319-640x430-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)