ସମ୍ବଲପୁର : ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ଅଦାଲତଗୁଡ଼ିକ ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ ରଖାଯାଇଛି। ସାମାଜିକ କର୍ମକର୍ତ୍ତାମାନେ ଅଦାଲତ ଏବଂ ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରି ସବୁ ଠପ୍ କରି ଦେଇଥିଲେ। କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି (ସିଏସି)ର ନିଷ୍ପତ୍ତି ଅନୁଯାୟୀ, ଏଥିର ଆନ୍ଦୋଳନରୁ ବ୍ୟାଙ୍କ୍କୁ ବାଦ ଦିଆଯାଇଛି। ଆନ୍ଦୋଳନକାରୀମାନେ କହିଛନ୍ତି, ନିର୍ବାଚନ ପରେ ମଧ୍ୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟ ବେଞ୍ଚ ଦାବି ପୂରଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଏପରିକି ଦାବି ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କମିଟି ଚୟନ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହା ମଧ୍ୟ ନାମମାତ୍ର ହୋଇ ରହିଛି। ଏହାକୁ ଦୃଷ୍ଟିରେ ରଖି ମାସର ଶେଷ ୩ ଦିନ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ନାଗରିକ ସଂଗଠନ ନିଷ୍ପତ୍ତି ନେଇଛି। ଡିସେମ୍ବର ୨୫ ତାରିଖରୁ ଛୁଟି ହେଉଥିବାରୁ ୨୧ ତାରିଖ, ୨୩ ଏବଂ ୨୪ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଉଛି। ୨୧ ତାରିଖରେ ସହରର ବରିଷ୍ଠ ନାଗରିକ ଏବଂ ସାମାଜିକ କର୍ମକର୍ତ୍ତାମାନେ ଅଦାଲତ ସମ୍ମୁଖରେ ଧାରଣ ଦେଇଥିଲେ। ବିଚାରପତିଙ୍କୁ ଅଟକାଇ ଥିଲେ।
ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ, ବନ୍ଦ ରହିଲା ଅଦାଲତ, କାର୍ଯ୍ୟାଳୟ
/sambad/media/post_attachments/wp-content/uploads/2019/12/court-f-copy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)