ଭୁବନେଶ୍ୱର: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ଟ୍ରିବୁନାଲଙ୍କ ପାରିବାରିକ ବିଳାସମୟ ପିକନିକ ଗସ୍ତକୁ ବିରୋଧ କରି ଦିନ ତମାମ ସତ୍ୟାଗ୍ରହ କରିଥଲା l ଆବାହକ ସୁଦର୍ଶନ ଦାସଙ୍କ ଡାକରାରେ ବିଭିନ୍ନ ରାଜନୈତିକ ଦଳର ନେତୃବର୍ଗ, ବୁଦ୍ଧିଜୀବୀ ଯୋଗ ଦେଇ ଟ୍ରିବୁନାଲ ଓ ସରକାରଙ୍କ ବିରୋଧରେ ବକ୍ତବ୍ୟ ପ୍ରଦାନ ସହ ତୁରନ୍ତ ମହାନଦୀ ସମସ୍ୟା ସମାଧାନ ନହେଲେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଏହି ଲଢେଇକୁ ଜୋରଦାର କରିବାକୁ ପ୍ରସ୍ତାବ ଦେଇଥିଲେ l

Advertisment

 ଯୁଗ୍ମ ଆବାହକ ବାସୁଦେବ ଭଟ୍ଟ, ମୁଖପାତ୍ର ପ୍ରସନ୍ନ ବିଷୋୟୀ, ମନୋଜ ଜେନା, ସଂଯୋଜକ ବିଜୟ ପ୍ରଧାନ, ଫରୱାର୍ଡ଼ ବ୍ଲକ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାନଦୀ ସମସ୍ୟାର ଆପୋଷ ସମାଧାନର ଆଧାର କଣ ହେବ ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ, ଯଦି ଓଡିଶା ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଠିକ ହୋଇଥିବ ଆମେ ଅlକୁଣ୍ଠ ସମର୍ଥନ ଦେବୁ ନଚେତ ରାଜ ରାସ୍ତାରେ ଜୋରଦାର ବିରୋଧ ହେବ ବୋଲି ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଥିଲେ l ମହାନଦୀ ସମସ୍ୟା ସମାଧାନ ପାଇଁ ମହାନଦୀ ବଞ୍ଚାଅ ଆନ୍ଦୋଳନ ନେତୃତ୍ୱରେ ଏପରି ଦୁର୍ବାର ଆନ୍ଦୋଳନ ହେବ ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରର ନିଦ ହଜିଯିବ ଏବଂ ଟ୍ରିପୁଲ ଇଂଜିନ ସରକାର ସମାଧାନ କରିବାକୁ ବାଧ୍ୟ ହେବେ ବୋଲି ପୂର୍ବତନ ବିଧାୟକ ମହମ୍ମଦ ମୋକିମ କହିଥିଲେ l କଂଗ୍ରେସ ଉପ ସଭାପତି ଶିବାନନ୍ଦ ରାୟ ବିଜେଡି ବିଜେପି ଉଭୟ ମହାନଦୀକୁ ଶିଳ୍ପ ପାଇଁ ଶୋଷଣ କରୁଛନ୍ତି ତେଣୁ ଲୋକଙ୍କୁ ରାଜରାସ୍ତାରେ ଲଢେଇ କରିବାକୁ କହିଥିଲେ l

ସିପିଆଇର ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ ମହାନଦୀ ପାଣି କର୍ପୋରେଟ ମାନଙ୍କୁ ବିକି ଦେବାରୁ ସମସ୍ୟା l ସେଥିପାଇଁ ଲଢେଇ କରିବାକୁ ହେଲେ ମହାନଦୀ ପାଇଁ ଗୋଟିଏ ଦିନ ଓଡିଶା ବନ୍ଦ ଡାକରା ପାଇଁ ପ୍ରସ୍ତାବ ଦେଇଥିଲେ l କିଷାନ କଂଗ୍ରେସ ଜାତୀୟ ସଭାପତି ଅମୀୟ ପଟ୍ଟନାୟକ କୃଷକ ବିରୋଧୀ କେନ୍ଦ୍ର ଓ ରାଜ୍ୟ ସରକାର ମହାନଦୀକୁ ମାରିଦେଇଛି l ତେଣୁ ଆମକୁ ଏକାଠି ହୋଇ ଲଢେଇ ପାଇଁ ପ୍ରସ୍ତାବ ଦେଇଥିଲେ l ରାଜ୍ୟ କିଷାନ କଂଗ୍ରେସ ସଭାପତି ଅଭୟ ସାହୁ ବିଜେପିର କୃଷକ ବିରୋଧୀ ମନୋଭାବ ପାଇଁ ମହାନଦୀ ଆଜି ଶୋଷିତ ବୋଲି କହିଥିଲେ l ଜାତୀୟ ଶିକ୍ଷକ ନେତା ଅମୀୟ ମହାନ୍ତି ମହାନଦୀ ପାଇଁ ଛାତ୍ର, ଅଭିଭାବକ, ଶିକ୍ଷାବିତ ସମସ୍ତଙ୍କୁ ସାମିଲ କରାଇ ଦାବୀ ଉପସ୍ଥାପନା ପାଇଁ ମନ୍ତବ୍ୟ ଦେଇଥିଲେ l ସି ପି ଆଇ ଏମଏଲ ର ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ଏ ଜନବିରୋଧୀ ପାଣି ବିକା ସରକାରଙ୍କୁ ଦୃଢ଼ ଜବାବ ଦେଇ ଲଢେଇ ପାଇଁ କହିଥିଲେ l

ପ୍ରକାଶ ଯୋଗ୍ୟ ମହାନଦୀ ଟ୍ରିବୁନାଲ ମାର୍ଚ୍ଚ ୨ ପର୍ଯ୍ୟନ୍ତ ୫ ଦିନ ଧରି ମହାନଦୀ ଟ୍ରିବୁନାଲ ପାରିବାରିକ ପିକନିକ ପାଇଁ ଆସି ଓଡ଼ିଆ ଲୋକଙ୍କ ଟିକସ ପଇସାରେ ମଉଜ କରୁଥିବା ଯୋଗୁଁ ମହାନଦୀ ବଞ୍ଚାଅ ଆନ୍ଦୋଳନ ରାଜ୍ୟ ସାରା ବିରୋଧ କରି ଆସୁଛି l ଆସିଥିବା ଟ୍ରିବୁନାଲର ଦଶ ଜଣ ମେମ୍ବରଙ୍କ ଭିତରୁ ଚାରି ଜଣ ସେମାନଂକର ପରିବାର ଲୋକ ଏବଂ ସେମାନେ ବୁଲୁଥିବା ସ୍ଥାନ ଭିତରୁ ହୀରାକୁଦକୁ ଛାଡିଦେଲେ ଅନ୍ୟ ସ୍ଥାନ ଗୁଡିକ ମହାନଦୀର ସ୍ଥିତି ଆକଳନ ପାଇଁ ଉଦିଷ୍ଟ ନୁହଁ l କେବଳ ପିକନିକ ବା ପର୍ଯ୍ୟଟନ ସ୍ଥଳ l ମହାନଦୀ ଟ୍ରିବୁନାଲ ମଧ୍ୟବର୍ତ୍ତୀ କାଳୀନ ଅନ୍ତରୀଣ ଆଦେଶରେ ଅଣ ମୌସୁମୀ ସମୟରେ ମହାନଦୀର ନିତ୍ୟାନ୍ତ ଆବଶ୍ୟକ ପାଣି ଛାଡିବାକୁ ଛତିଶଗଡ଼ କୁ ନିର୍ଦ୍ଦେଶ ତୁରନ୍ତ ଦେବାକୁ ସଂଗଠନ ଆଜି ସତ୍ୟାଗ୍ରହରେ ଦାବୀ କରିଛି l ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ଗନ୍ଧର୍ବ ନାୟକ ଙ୍କ ରଚନାରେ ମହାନଦୀ ସମସ୍ୟା ଆଧାରିତ ସଂଗୀତର ତlଳେ ତାଳେ ସମସ୍ତେ ଭାବପୂର୍ଣ୍ଣ ଗାୟନ କରିଥିଲେ l ଏଥି ସହିତ ଚିନ୍ମୟ ପଣ୍ଡାଙ୍କ ନେତୃତ୍ୱ ରେ ଆସିଥିବା କଳାକାର ମାନେ ଘଣ୍ଟ, ଗିନି, ଶଙ୍ଖ ବଜାଇ ମହାନଦୀ ଗୀତ ବୋଲି ଥିଲେ l ଆଜି ମଧ୍ୟ ପୁରୀ, ବ୍ରହ୍ମଗିରି,ଜଗତସିଂହପୁରର ବାଲିକୁଦା, ସୋନପୁର ଆଦି ସ୍ଥାନରେ ବିରୋଧ ଧାରଣା ଓ ପ୍ରତିବାଦ କରାଯାଇଛି l ମାର୍ଚ୍ଚ ଛବିଶରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟ ପନ୍ଦରଟି ଜାଗାରେ ବିରୋଧ ପ୍ରଦର୍ଶନ କରାଯାଇଛି |