ମେଡିକାଲ୍‌ କଲେଜ ପାଇଁ ଆନ୍ଦୋଳନ : କେନ୍ଦ୍ରାପଡ଼ାବାସୀଙ୍କ ସହିତ ସରକାର ପ୍ରତାରଣା କରିଛନ୍ତି: ନିରଞ୍ଜନ

ଜିଲ୍ଲାପାଳ ଅଫିସ୍‌ ଘେରିଲା କ˚ଗ୍ରେସ, ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ମେଡିକାଲ୍‌ କଲେଜ ପାଇଁ ମହା ଆନ୍ଦୋଳନ କରିଛି କ˚ଗ୍ରେସ। ଆଜି ଏ ନେଇ କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନମଣ୍ତଳୀ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହିତ ଜିଲ୍ଲା ପ୍ରତି ରାଜ୍ୟ ସରକାରଙ୍କ ଚରମ ଅବହେଳା ବିରୋଧରେ ନେତାମାନେ ଖୁବ୍‌ ବର୍ଷିଛନ୍ତି।

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କ˚ଗ୍ରେସ ନେତା ଗଣେଶ୍ବର ବେହେରାଙ୍କ ନେତୃତ୍ବରେ ଏହି ଆନ୍ଦୋଳନରେ ପିସିସି ସଭାପତି ନିର˚ଜନ ପଟ୍ଟନାୟକ ସାମିଲ୍‌ ହୋଇ ସିଧାସଳଖ ରାଜ୍ୟ ସରକାର ଏବ˚ ଜିଲ୍ଲାର ଲୋକପ୍ରତିନିଧିଙ୍କ ଅପାରଗତାକୁ ଦାୟୀ କରିଥିଲେ। ନିରଂଜନ କହିଥିଲେ ଯେ କେନ୍ଦ୍ରାପଡ଼ାବାସୀଙ୍କ ସହିତ ସରକାର ପ୍ରତାରଣା କରିଛନ୍ତି। ପଡେ଼ାଶୀ ଯାଜପୁରଠାରୁ ଆରମ୍ଭ କରି କେନ୍ଦୁଝର, ବାରିପଦା, ବାଲେଶ୍ବର ଜିଲ୍ଲାରେ ମେଡିକାଲ୍‌ କଲେଜ ହେଇପାରୁଛି। ଅଥଚ ରାଜ୍ୟର ସର୍ବପୁରାତନ ମ୍ୟୁନିସିପାଲିଟି ଥାଇ ସୁଦ୍ଧା କେନ୍ଦ୍ରାପଡ଼ାରେ ମେଡିକାଲ୍‌ ହେବ ନାହିଁ, ଇଏ କି ପ୍ରକାର ନ୍ୟାୟ? ଜିଲ୍ଳାର ସା˚ସଦ ଓ ବିଧାୟକ ମାନେ ଏହା ବିରୋଧରେ କାହିଁକି ପାଟି ଖୋଲୁ ନାହାନ୍ତି? ମାଟିର ସ୍ବାର୍ଥ ଅପେକ୍ଷା କ’ଣ ରାଜନୈତିକ ସ୍ବାର୍ଥ ଏମାନଙ୍କ ପାଇଁ ବଡ଼ ବୋଲି ସେ ପ୍ରଶ୍ନ କରିବା ସହିତ ବାହାର ଜିଲ୍ଲାର ଲୋକଙ୍କୁ ନିର୍ବାଚିତ କରିବାର ଫଳ ଜିଲ୍ଲାବାସୀ ଭୋଗୁଛନ୍ତି ବୋଲି ଅଭିଯୋଗ କରିଥିଲେ।

ନିରଞ୍ଜନ କହିଥିଲେ ଯେ, ୧୫ଲକ୍ଷରୁ ଅଧିକ ଜନସ˚ଖ୍ୟାବିଶିଷ୍ଟ କେନ୍ଦ୍ରାପଡ଼ାରେ ମେଡିକାଲ୍‌ କଲେଜ ହେବାର ଯଥାର୍ଥତା ରହିଛି। ଯଦି ସରକାର ଏ ନିଷ୍ପତ୍ତି ନେଇପାରୁନାହିଁ, ତା’ହେଲେ ଆପଣମାନେ ନିଅନ୍ତୁ। ବାହାର ନୁହେଁ, ମାଟିର ପୁଅକୁ ନିର୍ବାଚିତ କରନ୍ତୁ; ଯିଏ କେନ୍ଦ୍ରାପଡ଼ାର ସ୍ବାର୍ଥ, ସ୍ବାଭିମାନ ପାଇଁ ପାଟି ଖୋଲି‌େବ।

ସେ ଆହୁରି କହିଥିଲେ ଯେ; ସରକାର ମାଟି, ପାଣି, ଜଙ୍ଗଲକୁ ସୁରକ୍ଷା ଦେଇପାରୁନାହାନ୍ତି। ଆଜି କୋରାପୁଟର କୋଟିଆରେ ଆନ୍ଧ୍ର ସରକାର ୨୧ଟି ଗାଁକୁ ଆମ ହାତରୁ ଛଡ଼ାଇ ନେଇ ସାରିଲାଣି। ବ୍ୟାରେଜ୍‌ କରି ଛତିଶଗଡ଼ ସରକାର ମହାନଦୀରୁ ପାଣି ନେଇଗଲା। ଜଳସେଚନ ବ୍ୟବସ୍ଥା ନାହିଁ। ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛି। ନିଯୁକ୍ତି ନ ଥିବାରୁ ଲକ୍ଷଲକ୍ଷ ବେକାର ଯୁବକଯୁବତୀ ହତାଶ। ଅଥଚ ଏ ପ୍ରଚାର ସର୍ବସ୍ବ ସରକାର ଖାଲି ଭାଷଣରେ ବିକାଶ ହେଉଛି ବୋଲି କହି ଚାଲିଛି। କେନ୍ଦ୍ରର ମୋଦୀ ସରକାର ବି କିଛି କମ୍‌ ନୁହେଁ। ଦେଶର ଭାଇଚାରା ନଷ୍ଟ କରିବା ସହିତ ସମ୍ବିଧାନକୁ ବିକୃତ କରିବା ପାଇଁ ବରାବର ଉଦ୍ୟମ ଚାଲିଥିବା ସେ ଅଭିଯୋଗ କରିବା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟରେ କେବଳ ପ୍ରଚାର, ପ୍ରତିଶ୍ରୁତି ଓ ପ୍ରତାରଣାର ସରକାର ଚାଲିଥିବା କହିଥିଲେ।

ସେହିପରି ବରିଷ୍ଠ କ˚ଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଶିଳ୍ପଶୂନ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତି ସରକାରଙ୍କ ଅବହେଳା ଗ୍ରହଣୀୟ ନୁହେଁ ବୋଲି କହିବା ସହିତ ଏହା ବିରୋଧରେ ପାଟି ଖୋଲିବାକୁ ଆହ୍ବାନ ଦେଇଥିଲେ। ଅନ୍ୟପକ୍ଷରେ ଯେଉଁ ଲୋକ ପ୍ରତିନିଧି କେନ୍ଦ୍ରାପଡ଼ା ମାଟି ପାଇଁ ପାଟି ଖୋଲୁନାହାନ୍ତି, ସେମାନଙ୍କୁ ଇତିହାସ କେବେ କ୍ଷମାଦେବନି କାର୍ଯ୍ୟକ୍ରମରେ ଅଧୢକ୍ଷତା କରି ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା କହିବା ସହିତ ସ˚ଗ୍ରାମ ଶେଷ ଯାଏ ଚାଲିବ ବୋଲି ଚେତାବନୀ ଦେଇଥିଲେ। ଜିଲ୍ଳା କ˚ଗ୍ରେସ ସଭାପତି ପୂର୍ବତନ ବିଧାୟକ ଅ˚ଶୁମାନ ମହାନ୍ତିଙ୍କ ସମେତ ବରିଷ୍ଠ କ˚ଗ୍ରେସ ନେତା ଧରଣୀଧର ନାୟକ, ଜ୍ଞାନଦେବ ବେଉରା, ବିଭ୍ରା˚ଶୁ ଶେଖର ଲେଙ୍କାଙ୍କ ସମେତ ଅନ୍ୟମାନେ ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ ମେଡିକାଲ୍‌ କଲେଜ ଦାବିରେ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ତରଫରୁ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତ ଗ୍ରହଣ କରିଥିଲେ। ପ୍ରାରମ୍ଭରେ ପିସିସି ସଭାପତିଙ୍କ ସମେତ ଅନ୍ୟ ନେତୃମଣ୍ତଳୀ ହଜାର ହଜାର କର୍ମୀଙ୍କ ସହିତ ଦୁହୁରିଆରୁ ଏକ ବାଇକ୍‌ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର