ଲୋଇସିଂହା: ଲୋଇସିଂହାକୁ ଏନ୍ଏସି ମାନ୍ୟତା ଦାବିରେ ଦଳମତ ନିର୍ବିଶେଷରେ ବୁଧବାର ଲୋଇସିଂହା ବନ୍ଦ ପାଳନ କରାଯାଇଥିଲା। ଆବାହକ ସରୋଜ ବିଶ୍ବାଳଙ୍କ ନେତୃତ୍ବରେ ବହୁ ସମର୍ଥକ ପିକେଟିଂ କରି ସ୍ଥାନୀୟ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ୍ ବନ୍ଦ କରାଇଥିଲେ।
ଉଲ୍ଲେଖନୀୟ ଯେ, ସରକାର ଲୋଇସିଂହାକୁ ଏନ୍ଏସି ମାନ୍ୟତା ଦେବା ପର୍ଯ୍ୟନ୍ତ ପ୍ରତି ମାସର ଶେଷ ବୁଧବାର ସ୍ଥାନୀୟ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଓ ଦୋକାନ ବଜାରକୁ ବାଦ୍ ଦେଇ ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଆଦି ବନ୍ଦ କରାଯିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ପ୍ରସ୍ତାବ ଗହଣ କରାଯାଇଛି। ପ୍ରସ୍ତାବ ଅନୁସାରେ ଆଜି ବୁଧବାର ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ରହିଥିଲା।