ଝାରସୁଗୁଡ଼ା: ରାଜ୍ୟର ଦ୍ବିତୀୟ ତଥା ପଶ୍ଚିମ ଓଡ଼ିଶାର ପ୍ରଥମ ବିମାନ ବନ୍ଦର ମାନ୍ୟତା ପାଇଥିବା ଝାରସୁଗୁଡ଼ା ବିମାନ ବନ୍ଦରରେ ଗତ ୧୫ ଦିନ ହେଲା ବିମାନ ସେବା ବନ୍ଦ ରହିଛି। କେନ୍ଦ୍ର ସରକାରଙ୍କ ଉଡ଼ାନ ଯୋଜନାରେ ଭୁବନେଶ୍ବର ଓ ରାୟପୁରକୁ ସେବା ଯୋଗାଉଥିବା ଏୟାର ଓଡ଼ିଶାର ବିମାନ ଚଳାଚଳରେ ଅନିୟମିତତା ଓ ଗତ ୬ ତାରିଖ ଠାରୁ ବନ୍ଦ ହୋଇଯିବା ପରେ ଏବେ ଏହି ବିମାନ ବନ୍ଦରର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି। ଉଡ଼ାନ ଯୋଜନାରେ ବିମାନ ସେବାକୁ ନିୟମିତ କରିବା ସହିତ ବିମାନ ବନ୍ଦରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଓ ଏଠାରୁ ବ୍ୟବସାୟିକ ବିମାନ ଚଳାଚଳ ଆରମ୍ଭ କରିବା ନେଇ ରାଜ୍ୟ ଓ କେନ୍ଦ୍ର ସରକାର ପଦକ୍ଷେପ ନେବାକୁ ବିଧାୟକ ନବ ଦାସ ଦାବି କରିଛନ୍ତି। ମଂଗଳବାର ବିମାନ ବନ୍ଦର ସମ୍ମୁଖରେ ନବ ଦାସଙ୍କ ନେତୃତ୍ବରେ ବିଭିନ୍ନ ରାଜନୈତିକ ଦଳ, ଯୁବକ, ଛାତ୍ର ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଦୁଇ ଦିନିଆ ଉପବାସ ଅନଶନ ଆରମ୍ଭ କରାଯାଇଛି। ଏଥିରେ ଶତାଧିକ ଲୋକ ସାମିଲ ହୋଇଥିବା ବେଳେ ବୁଧବାର ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ସମେତ ବହୁ ଅନୁଷ୍ଠାନର ପ୍ରତିନିଧି ଯୋଗ ଦେବେ ବୋଲି ବିଧାୟକ ଶ୍ରୀ ଦାସ ସୂଚନା ଦେଇଛନ୍ତି।
ଝାରସୁଗୁଡ଼ା ବିମାନ ବନ୍ଦର ପୂର୍ଣ୍ଣ କାର୍ଯ୍ୟକ୍ଷମ ଦାବି
ବିଧାୟକ ନବ ଦାସଙ୍କ ଅନଶନ
/sambad/media/post_attachments/wp-content/uploads/2018/10/SBPHO23-JSG-naba-dharana.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)