ଭଦ୍ରକରେ ସରକାରୀ ମେଡିକାଲ କଲେଜ ନେଇ ବିକ୍ଷୋଭ

ଭଦ୍ରକ: ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ଆଜି ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି | ସାତଦିନ ମଧ୍ୟ୍ୟରେ ଜବାବ ନମିଳିଲେ ଭଦ୍ରକ ବନ୍ଦ ଡାକରା ଦିଆଯିବ ସଂଗ୍ରାମୀ ସେନା ପକ୍ଷରୁ କୁହାଯାଇଛି | ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିଭିନ୍ନ ସାମାଜିକ ସଂଗଠନ ବୁଦ୍ଧିଜୀବୀ ଓ ଯୁବ ସଂଗଠନ ଏହି ଗଣ ବିକ୍ଷୋଭ ଓ ପ୍ରତିବାଦ ସଭାରେ ସାମିଲ ହୋଇଥିଲେ |

ଆଜିକାର ଏହି ପ୍ରତିବାଦ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଭଦ୍ରକ ସୋସିଆଲ ସର୍ଭିସ, ସହିଦ ଭଗତ ସେନା, ଉତ୍ସର୍ଗ, ବିଶ୍ୱ ହିନ୍ଦୁ ପରିଷଦ, ଅର୍ଦ୍ଧ ନାରୀ ମହାସଂଘ, ନେତାଜୀ ସୁବାସ ବାହିନୀ, ଭଦ୍ରକ ମେଡିକାଲ କଲେଜ ସଂଗ୍ରାମୀ ସେନା ସହିତ ବୁଦ୍ଧିଜୀବୀ ଓ ଯୁବବାହିନୀର କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ |

ସଂଗ୍ରାମୀ ସେନାର ଆବାହକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଉପଦେଷ୍ଟା ରାଧାରାଣି ମହାପାତ୍ର, ସୁଧାକର ରାଉତ, ସଭାପତି ଅପୂର୍ବ ରଂଜନ ବେହେରା, ସମ୍ପାଦକ ସଂଜିତ ନାୟକ, ସଯୋଜକ ପ୍ରକାଶ ସ୍ୱାଇଁ, କାର୍ଯ୍ୟକାରିଣୀ ସଭାପତି ହେମନ୍ତ ମହାପାତ୍ର ଉପସ୍ଥିତ ରହି ଏହି କାର୍ଯ୍ୟକୁ ସମ୍ପାଦନ କରିଥିଲେ |

ସମ୍ବନ୍ଧିତ ଖବର