ବାରିପଦା/ରାସଗୋବିନ୍ଦପୁର/ମାଣିଦା: ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ରାସଗୋବିନ୍ଦପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କନ୍ୟାଶ୍ରମର ଜଣେ ଅନ୍ତବାସୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶବ ରଖି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମୃତ ଅନ୍ତେବାସୀ ହେଲେ ବବିତା ପାତ୍ର। ସେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। ଗତ ସୋମବାର ଦିନ ବବିତାଙ୍କ ଦେହ ଅସୁସ୍ଥ ହେବାସହ ହଠାତ୍ ବାନ୍ତି ହେବାରୁ ତାଙ୍କୁ ପ୍ରଥମେ ରାସଗୋବିନ୍ଦପୁର ଡାକ୍ତରଖାନା ଓ ପରେ ଗୁରୁତର ହେବାରୁ ବାରିପଦାସ୍ଥିତ ପିଆର୍ଏମ୍ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ମଙ୍ଗଳବାର ସକାଳୁ ଛାତ୍ରୀର ମୃତ୍ୟୁ ହେବା ଘଟଣା ପ୍ରଚାରିତ ହେବା ପରେ ହସ୍ପିଟାଲ ପରିସରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକ ମୃତ ଛାତ୍ରୀଙ୍କ ପରିବାରକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ସହିତ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏକ ନିରୀହ ଛାତ୍ରୀର ମୃତ୍ୟୁ ଘଟିଲା ବୋଲି ଅଭିଯୋଗ କରିଥିଲେ। ଏଥିସହିତ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶେଷରେ, ଜିଲ୍ଲାପ୍ରଶାସନ ମୃତ ପରିବାରଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବା ସହ ଶୀଘ୍ର ମୃତକ ପରିବାରଙ୍କୁ ଦେଢଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
କନ୍ୟାଶ୍ରମ ଅନ୍ତେବାସୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶବ ରଖି ବିକ୍ଷୋଭ
/sambad/media/post_attachments/wp-content/uploads/2019/03/Untitled-19-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)