ଚନ୍ଦ୍ରଶେଖରପୁର : ଶୁକ୍ରବାର ମଞ୍ଚେଶ୍ବର ରେଳଡ଼ବା ମରାମତି କାରଖାନା ଓ ଚନ୍ଦ୍ରଶେଖରପୁର ରେଳ ସଦନ କାର୍ଯ୍ୟାଳୟ ଆଗରେ ପୃଥକ ପୃଥକ ଦୁଇଟି ଶ୍ରମିକ ସଂଘ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଚନ୍ଦ୍ରଶେଖରପୁର ରେଳ ସଦନ ମୁଖ୍ୟ ଫାଟକ ନିକଟରେ ଠିକା ଓ ସଫେଇ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କୋଭିଡ୍ ପରେ ୨୬ ଦିନର କାମ ଯୋଗାଇ ଦେବା ଓ ଶ୍ରମ କୋଡ୍ ରଦ୍ଦ ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କରୋନାକୁ ଆଳ କରି ଭୁବନେଶ୍ବର ଓ ପୁରୀରେ ଥିବା ରେଳଡବା ଡିପୋରେ କାର୍ଯ୍ୟରତ ଠିକା କର୍ମଚାରୀମାନଙ୍କୁ ବହୁ କମ୍ ସଂଖ୍ୟାରେ କାମରେ ଲଗାଯାଉଛି। ଫଳରେ ଶ୍ରମିକମାନେ ୨୬ ଦିନର କାମ ପାଇପାରୁ ନାହାନ୍ତି। ଏହି ବିକ୍ଷୋଭରେ ରାଜ୍ୟ କମିଟି ସଦସ୍ୟ ମହେନ୍ଦ୍ର ପରିଡ଼ା ଓ ଶ୍ରମିକ କର୍ମଚାରୀମାନେ ଯୋଗ ଦେଇଥିଲେ। ସେହିଭଳି ମଞ୍ଚେଶ୍ବର ରେଳଡବା ମରାମତି କାରଖାନା ମୁଖ୍ୟ ଫାଟକ ନିକଟରେ ଇଷ୍ଟ୍କୋଷ୍ଟ ରେଲ୍ୱେ ଶ୍ରମିକ ୟୁନିୟନ୍ ପକ୍ଷରୁ ଆଜି ରେଳବାଇ ପକ୍ଷରୁ ଆପ୍ରେଣ୍ଟିସ୍ ଭାବେ ପ୍ରଶିକ୍ଷଣ ନେଉଥିବା ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ଦାବିରେ ମଞ୍ଚେଶ୍ବର ଶାଖା କର୍ମଚାରୀମାନେ ଧାରଣା ଦେଇଥିଲେ। ଏଥିସହିତ ଅନ୍ୟାନ୍ୟ ସମସ୍ୟା ସମାଧାନ ଦାବି ନେଇ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଧାରଣାରେ ପିକେ ପାଟ୍ଟଶାଣୀ, ଏନ୍ ମହାନ୍ତି ଓ ଜିଏନ୍ ମଲ୍ଲିକ୍ ପ୍ରମୁଖ ଉପସ୍ଥିତ ଥିଲେ।
ରେଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ
/sambad/media/post_attachments/wp-content/uploads/2021/02/railway-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)