ନିଯୁକ୍ତି ଦାବିରେ ଟାଟା ଷ୍ଟିଲ ଫାଟକ ଆଗରେ ବିକ୍ଷୋଭ

ଯୋଡ଼ା: ଯୋଡ଼ା ବ୍ଲକ୍‌ ବିରିକଳା ପଞ୍ଚାୟତର ବିଲେଇପଦାରେ ଥିବା  ଟାଟାଷ୍ଟିଲ ଲଙ୍ଗ ପ୍ରଡକ୍ଟ କମ୍ପାନିର କାରଖାନା ଫାଟକ ସମ୍ମୁଖରେ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ଦାବିରେ ୫ଟି ପଞ୍ଚାୟତର ଲୋକେ ବିକ୍ଷୋଭ କରିଛନ୍ତି। କମ୍ପାନି କର୍ତ୍ତୃପକ୍ଷ ସ୍ଥାନୀୟ ଅଞ୍ଚଳର ଶିକ୍ଷିତ ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଣଦେଖା କରୁଛନ୍ତି। ୩୯ଜଣଙ୍କୁ ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନ କରାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳ ଜଣେ ଯୁବକଙ୍କୁ ଏଥିପାଇଁ ସୁଯୋଗ ଦିଆ‌ଯାଇଛି।

ବିରିକଳା, କଣ୍ଡରା, ଚମକପୁର, ଦେଓଝର, ଅଂଶେଇକଳା ପଞ୍ଚାୟତର ବହୁ ଯୁବକଯୁବତୀ ଏଥିରୁ ବଞ୍ଚିତ ହୋଇଛନ୍ତି। ଆଜି ଶତାଧିକ ଲୋକେ କମ୍ପାନି ଫାଟକ ସମ୍ମୁଖରେ କମ୍ପାନି ବିରୋଧରେ ନାରାବାଜି କରିଥିଲେ। ବିରିକଳା ସମିତିସଭ୍ୟ ଜ୍ଞାନରଂଜନ ଖୁଣ୍ଟିଆ, ସରପଞ୍ଚ ମୁଖ ନାଏକ, ଚମକପୁର ସରପଞ୍ଚ ଶକୁନ୍ତଳା ନାଏକ, ସମିତିସଭ୍ୟା କୁନି ମୁଣ୍ଡା, କଣ୍ଡରା ସରପଞ୍ଚ ରିନା ନାଏକ, ସମିତିସଭ୍ୟ ସୋମନାଥ ମହାନ୍ତ, ଚମକପୁରର ପୂର୍ବତନ ସରପଞ୍ଚ ପ୍ରଭାକର ନାଏକ, ଅଂଶେଇକଳା ସରପଞ୍ଚ ଭାରତୀ ମୁଣ୍ଡା, ସମିତିସଭ୍ୟା ପିନାକୀ ବେହେରା ପ୍ରମୁଖ ବିକ୍ଷୋଭର ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର