ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ବ୍ରାହ୍ମଣୀପାଳସ୍ଥିତ ଟାଟାଷ୍ଟିଲ ଫେରୋ ଆଲଏଜ କାରଖାନା ସମ୍ମୁଖରେ ୨୧ ଦଫା ଦାବି ନେଇ ଶ୍ରମିକ ସଂଘ ପକ୍ଷରୁ ଚାଲିଥିବା ଆନ୍ଦୋଳନ ଆଜି ଅଷ୍ଟମ ଦିନରେ ପହଞ୍ଚିଛି। ଶ୍ରମିକ ସଂଘ ସମ୍ପାଦକ ଦୈତାରି ମହାନ୍ତ ଓ କାର୍ଯ୍ୟକାରୀ ସଭାପତି ବାବାଜି ବାରିକଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ଶ୍ରମିକ କାରଖାନା ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସଂଘ ସମ୍ପାଦକ ଦୈତାରି ମହାନ୍ତ କହିଛନ୍ତି।

Advertisment

ଗତ ୨୫ ତାରିଖରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ବୀରାଜ କୁଅଁର ଧାରଣାରେ ସାମିଲ ହୋଇଥିଲେ। ଶ୍ରମିକଙ୍କ ଦାବି ପୂରଣ ନ ହେଲେ ପରିସ୍ଥିତ ଭୟାବହ ହେବ ବୋଲି କମ୍ପାନି କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦେଇଛନ୍ତି। ତାଙ୍କ ସହ ବିଜେପିର ବରିଷ୍ଠ ନେତା ଯୋଗେନ୍ଦ୍ର ଦାସ ଉପସ୍ଥିତ ଥିଲେ। ସେହିପରି ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ନାରଣ ପୂର୍ତ୍ତି ମଧ୍ୟ ଧାରଣାରେ ସାମିଲ ହୋଇଥିଲେ। ଅନ୍ୟପକ୍ଷରେ ଟାଟା କମ୍ପାନି ସବୁବେଳେ ଶ୍ରମିକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇଥାଏ ବୋଲି କମ୍ପାନି ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜରିଆରେ ସୂଚନା ଦିଆଯାଇଛି। ସଂଘର କାଠିଆ ଜେନା, ନୀଳାମ୍ବର ଦାସ, ଅଜୟ ମହାରଣା, ନିତ୍ୟାନନ୍ଦ ରଣା, ପିଙ୍କୁ ଚକ୍ର ପ୍ରମୁଖ ଧାରଣାରେ ବସିଛନ୍ତି।