ହିନ୍ଦୁ ଦେବଦେବୀଙ୍କୁ ନେଇ ଅଶାଳୀନ ମନ୍ତବ୍ୟ: ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଥାନା ସମ୍ମୁଖରେ ବିକ୍ଷୋଭ

ଚଣ୍ତିଖୋଲ : ହିନ୍ଦୁ ଧର୍ମ ଓ ଦେବାଦେବୀଙ୍କୁ ନେଇ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଉଥିବା ଜଣେ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ବଡ଼ଚଣା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବଡ଼ଚଣା ଅଞ୍ଚଳର ମନୋରଞ୍ଜନ ଯେନା ଏପରି କରୁଥିବା ଅଭିଯୋଗ କରି ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

ବିକ୍ଷୋଭରେ କେନ୍ଦ୍ରପଡ଼ା ସମରସତା ପ୍ରମୁଖ ଅରବିନ୍ଦ ଦାସ, ଯାଜପୁର ଜିଲ୍ଲା ବିଶ୍ବହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ବଳ, ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ସମୀର କୁମାର ନାୟକ, ସହସଂଯୋଜକ ଜ୍ୟୋତିପ୍ରକାଶ ନାୟକ, ରାଜକିଶୋର ସାହୁ, କଳ୍ପତରୁ ପଣ୍ତା, ବାଦଲ କୁମାର ନାୟକ, ମୃତ୍ୟୁଞ୍ଜୟ ପଟ୍ଟନାୟକ, ଗୋପବନ୍ଧୁ ନାୟକ, ବିଶ୍ବଭୂଷଣ ଦାସ ଓ ରାଜେନ୍ଦ୍ର କୁମାର ପ୍ରଧାନଙ୍କ ସମେତ ବହୁ କର୍ମକତ୍ତା ଯୋଗଦେଇଥିଲେ। ବଡ଼ଚଣା ବଜାର ଛକରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ବିକ୍ଷୋଭକାରୀ ବଡ଼ଚଣା ଥାନାଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର