ପୁରୀ : ଗର୍ଭଗୃହକୁ କେବଳ ପାଳିଆ ସେବାୟତ ଯିବେ। ଅଣପାଳିଆ ସେବାୟତ, ଭକ୍ତ ଓ ଅନ୍ୟ ଭିଆଇପିମାନେ ଭିତରକାଠରେ ଦର୍ଶନ କରିବେ। ଜଗମୋହନ ମରାମତି ପରେ ଏଭଳି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଜଷ୍ଟିସ୍ ବିପି ଦାସ କମିସନଙ୍କ ସୁପାରିସକୁ ମୋହର ମାରିବା ଅବସରରେ ସରକାର ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ଚିଠି ଦେବାପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗତକାଲି ବିକ୍ଷୋଭ ଓ ବିରୋଧ ହୋଇଥିବା ବେଳେ ଆଜି ଆଇନ୍ ମନ୍ତ୍ରୀଙ୍କ ପୋଷ୍ଟର ପୋଡ଼ି ହୋଇଛି।
ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ଵରେ ସିଂହଦ୍ଵାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏହି ନିର୍ଦ୍ଦେଶନାମାକୁ ସରକାର ପ୍ରତ୍ୟାହାର କରନ୍ତୁ ବୋଲି ଦାବି ହୋଇଛି। ଏହାକୁ ପ୍ରତ୍ୟାହାର କରା ନଗଲେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ବିରୋଧ କରାଯିବ ବୋଲି ସେ କହିଛନ୍ତି। ଏପଟେ ଏହି ନିର୍ଦ୍ଦେଶକୁ ପରିଚାଳନା କମିଟିରେ ଉପସ୍ଥାପନ କରିବା ପରେ ଏହି ନିର୍ଦ୍ଦେଶ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା। ଏହି ପ୍ରସଙ୍ଗକୁ ଅନେକେ ସ୍ୱାଗତ କରିଥିବା ବେଳ ଅନ୍ତତଃ ସାହାଣମେଲା ନୀତି ବଜାୟ ରଖିବା ପାଇଁ ଦାବି ହୋଇଛି। ଅନ୍ୟପଟେ ଏହି ନିର୍ଦ୍ଦେଶନାମା କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲାପାଳ ସମସ୍ତ ବିଭିଗକୁ ଚିଠି ଲେଖି ସାରିଲେଣି। ଏଭଳି ସ୍ଥିତିରେ ପରିଚାଳନା କମିଟିରେ ଆଉ କଣ ଅଧିକା ଆଲୋଚନା ହେବ ତାହାକୁ ନେଇ ପଶ୍ନବାଚୀ ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/jagannath-sena-ra-bikhyob.jpg)