ଜୟପୁର: ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଥାନା ଘେରାଉ କରାଯାଇଛି। ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି ଜୟପୁର ବିଧାୟକ ତାରା ବାହିନୀପତିଙ୍କ ନେତୃତ୍ୱରେ ପ୍ରଥମେ ଜୟପୁର ଟାଉନ୍ ଥାନା ଘେରାଉ କରାଯାଇଥିଲା ପରେ କଂଗ୍ରେସ କର୍ମୀମାନେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଜୟପୁର ଟାଉନ୍ ଥାନା ଅନ୍ତର୍ଗତ ଗୋପବନ୍ଧୁ ନଗରର କାର୍ତ୍ତିକେଶ୍ବର ନାଗ ନାମକ ଜନୈକ ଯୁବକକୁ କିଛି ଦୁର୍ବୃତ୍ତ ଉଠାଇ ନେଇ ଗୁଳି ମାରି ମରଣାନ୍ତକ ଆକ୍ରମଣ କରିଥିଲେ। ତାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହାପରେ କାର୍ତ୍ତିକେଶ୍ବର ନାଗଙ୍କୁ କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଏଯାଏ ପୁଲିସ ଗିରଫ କରାଯାଇନାହିଁ। କିନ୍ତୁ ଅନ୍ୟ ୫ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି।
ଏଣେ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଆଜି ଥାନା ଘେରାଉ କରାଯାଇଥିଲା। ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି ଜୟପୁର ବିଧାୟକ ତାରା ବାହିନୀପତିଙ୍କ ନେତୃତ୍ୱରେ ପ୍ରଥମେ ଜୟପୁର ଟାଉନ୍ ଥାନା ଘେରାଉ କରାଯାଇଥିଲା ଏବଂ ପରେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିବା ଜଣାଯାଇଛି। ଏଥିରେ ବିଧାୟକ ତାରା ବାହିନୀପତିଙ୍କ ସହ କଂଗ୍ରେସର ପୌରାଧ୍ୟକ୍ଷ ପ୍ରାର୍ଥୀ ନରେନ୍ଦ୍ର ମହାନ୍ତି ଓ ସମସ୍ତ କାଉନସିଲର୍ ପ୍ରାର୍ଥୀ ଯୋଗ ଦେଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/9b90ed7b-694c-4d6b-8769-0c7144eefc5d.jpg)