ଜିଲ୍ଲା କଂଗ୍ରେସ କମିଟିର ବିକ୍ଷୋଭ

ବଲାଙ୍ଗୀର: ଆଦାନୀ ଗ୍ରୁପ୍‌ ମାର୍କେଟ ଜାଲିଆତି ତଥା ରାଷ୍ଟ୍ର ବିରୋଧୀ କାରନାମା କରୁଥିବା ଅଭିଯୋଗ କରି ଏହାର ବିରୋଧରେ ସୋମବାର ବଲାଙ୍ଗୀର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବିକ୍ଷୋଭ ସଭାରେ ଜିଲ୍ଲା କଂଗ୍ରେସର ସମସ୍ତ ଛାମୁଆ ସଂଗଠନର ନେତୃମଣ୍ଡଳୀ ଯୋଗ ଦେଇଥିଲେ। ପୁଞ୍ଜିପତିମାନଙ୍କୁ ସୁହାଇଲା ଭଳି ଶାସନ ଚାଲିଛି ଓ ଗରିବମାନଙ୍କୁ ଶୋଷଣ କରାଯାଇଛି ବୋଲି ବକ୍ତାମାନେ ମତପୋଷଣ କରିଥିଲେ। ଏହାଛଡ଼ା ଆଦାନୀ ଗ୍ରୁପ୍‌ ବିରୋଧରେ ହିଡେନବର୍ଗ ସଂସ୍ଥା ତରଫରୁ ଯେଉଁ ସବୁ ଆରୋପ ଲଗାଯାଇଛି ସେ ସମ୍ପର୍କରେ ସାଧାରଣ ଲୋକମାନଙ୍କୁ ଅବଗତ କରାଯାଇଥିଲା।

ମୋଦୀ ସରକାର, ଅର୍ଥ ମନ୍ତ୍ରୀ ଓ ଅର୍ଥ ସଚିବ ଏ ସମ୍ପର୍କରେ ନିରବ କାହିଁକି ବୋଲି ବକ୍ତାମାନେ ପ୍ରଶ୍ନ କରିଥିଲେ। ଏହି ବିକ୍ଷୋଭ ସଭାରେ ରାଜ୍ୟ କଂଗ୍ରେସ ସଂପାଦକ ଉମାଶଙ୍କର ପଣ୍ଡା, ଉପସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ଅଜୟ ବାଲି, ଚାଷୀନେତା ସାନନ୍ଦ ମିଶ୍ର, ପୁଇନ୍ତଳା ବ୍ଲକ୍‌ ସଭାପତି ଉମାଶଙ୍କର ସାହୁ, ଯୁବ ସଭାପତି ପ୍ରେମ ମିଶ୍ର, ଛାତ୍ର ସଭାପତି ଅଙ୍କିତ ସାହୁ, ଛାତ୍ର ମୁଖପାତ୍ର ନୀତୀଶ ପ୍ରଧାନ, ଜୁଲୁ ପଟ୍ଟନାୟକ, କୈଳାସ ମିଶ୍ର, ବଣ୍ଟି ନନ୍ଦ, ଦିଲୀପ, ସୌମ୍ୟଦୀପ ସରାଫ, ସଂଜୟ ମିଶ୍ର, ବିଟୁନ ସ୍ୱାଇଁ, ବିଜୟ ଖରସେଲ, ବ୍ରଜ ସେଠୀ, ଆରତିପ୍ରୀତି ନାଗ, ବବିତା ସାହୁ, ସାଇନା ବେଗମ, ସରିତା ଶତପଥୀ, ପବିତ୍ର ବେହେରା, ସମୀର କୁମ୍ଭାର, ସୀତାରାମ କୁମାର, ଅନ୍ତ ମଛଖଣ୍ଡ, ମହେଶ ପୁରୋହିତ, ବିଦ୍ୟାଧର ସାହୁ, ଅନୁପ ସାଏ, ଅଜୁ ସାଏ, ଦୀନେଶ ଜାଲ, ଗୋବିନ୍ଦ ମହାନ୍ତି, ପ୍ରତ୍ୟୁଷ, ଜୟନାରାୟଣ ବହିଦାର, ରାଜେଶ ହୋତା, ମହମ୍ମଦ ଅକବର, ଅଖଣ୍ଡ ସେଠ, ସନୋଜ ପଟ୍ଟନାୟକ, ଲବ ସ୍ୱାଇଁ, ଝୁପୁଲି ମହାନ୍ତି, ଡିଗୁ ରାଉତ, ସନ୍ତୋଷ ଗଉଡ଼, କିରନ ସେଠ ପ୍ରମୁଖ ଉପସ୍ଥିତଥିଲେ। ସରୋଜ ରଥ ଧନ୍ୟବାଦ ଦେଇଥିଲେ।

ଦେଓଗାଁ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ କରି ସୋମବାର କଂଗ୍ରେସ ପକ୍ଷରୁ ବ୍ଲକ୍‌ ଅଫିସ ଘେରାଉ କରାଯାଇଥିଲା। ପ୍ରକୃତ ହିତାଧିକାରୀ ଆବାସ ଯୋଜନାରୁ ବାଦ୍‌ ପଡ଼ି ଧନୀ ବ୍ୟକ୍ତିମାନେ ଯୋଜନାର ଲାଭ ପାଇଥିବା ଅଭିଯୋଗ ହୋଇଥିଲା। ଏନେଇ ସୋମବାର ଦେଓଗାଁ ବ୍ଲକ୍‌ ଅଫିସ ଆଗରେ ବ୍ଲକ୍‌ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ଏହି ଆନ୍ଦୋଳନରେ ବ୍ଲକ୍‌ କଂଗ୍ରେସର ଶତାଧିକ କର୍ମୀ ସାମିଲଥିଲେ।

ସମ୍ବନ୍ଧିତ ଖବର