ପୁରୀ: ଏମାର ମଠ ଖନନସ୍ଥଳରୁ ମିଳିଥିବା ଦୁଇ ସିଂହ ମୂର୍ତ୍ତି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ଏ ଏସ ଆଇ ଟିମ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଶ୍ରୀଜଗନ୍ନାଥ ଭକ୍ତ ପରିଷଦର କର୍ମକର୍ତ୍ତାମାନେ ଜିପିଆରଏସ(ସର୍ଭେ) କରାଯିବାକୁ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଏମାର ମଠର ଖନନ ସ୍ଥଳରେ ସୋମବାର ଠାବ ହୋଇଥିବା ଖଣ୍ଡବିଖଣ୍ଡିତ ସିଂହ ମୂର୍ତ୍ତି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ମୂର୍ତ୍ତି ପ୍ରାୟ ୫ ଫୁଟ ଗଭୀରରେ ଥିବା ବେଳେ କ୍ରେନ୍ ସାହାଯ୍ୟରେ ଉଠାଯାଉଛି। ଗୋଟିକିଆ ପଥରରେ ନିର୍ମିତ ପ୍ରାଚୀନ ସିଂହ ମୂର୍ତ୍ତି ଠାବ ହେବା ପରେ ଏଏସଆଇର ଅଧୀକ୍ଷକ ଅରୁଣ ମଲିକଙ୍କ ନେତୃତ୍ୱରେ ୧୬ ଜଣିଆ ଟିମ ଏମ୍ଆର ମଠରେ ପହଞ୍ଚିଛି। ପୁରୀରେ ପହଞ୍ଚିବା ପରେ ଟିମ୍ ଉଦ୍ଧାର ହୋଇଥିବା ମୂର୍ତ୍ତିର ଅନୁଧ୍ୟାନ କରିଛି।

Advertisment

publive-image
ତେବେ ଟେକ୍ନିକାଲ ଟିମ୍ ଉଦ୍ଧାର ହୋଇଥିବା ମୂର୍ତ୍ତିର ଅନୁଧ୍ୟାନ କରୁଥିବା ଜଣାପଡ଼ିଛି। ଉଦ୍ଧାର ହୋଇଥିବା ସିଂହ ମୂର୍ତ୍ତି କେଉଁ ସମୟରେ ଏହାର ନମୁନା ପରୀକ୍ଷା ହୋଇଛି। ଏଏସ୍ଆଇ ଅଧୀକ୍ଷକ କହିଛନ୍ତି ଯେ, ଉଦ୍ଧାର ହୋଇଥିବା ସିଂହମୂର୍ତ୍ତି ଗଙ୍ଗ ରାଜତ୍ବ କାଳର ହୋଇଥାଇପାରେ। ନମୁନା ସଂଗ୍ରହ କରାଯାଇଛି। ପରୀକ୍ଷା ପରେ ଜଣାପଡ଼ିବ। ସିଂହ ମୂର୍ତ୍ତି ବ୍ୟତୀତ ସହିତ ଏମାର ମଠର ଖନନ କାର୍ଯ୍ୟସ୍ଥଳୀରେ ଏକ ବିଶାଳ ପଥର ଚଟାଣ ଠାବ ହୋଇଛି।
ସୂଚନାଯୋଗ୍ୟ, ଗତ ଏପ୍ରିଲ ୨୯ ତାରିଖରେ ଏମାର ମଠ ଖନନ ସ୍ଥଳରୁ ଏକ ଭଗ୍ନ ସିଂହ ମୂର୍ତ୍ତି ମିଳିଥିବା ଭାରତୀୟ ପ୍ରତ୍ନତତ୍ତ୍ବ ହାଇକୋର୍ଟଙ୍କୁ ଜଣାଇ ଉଦ୍ବେଗ ପ୍ରକାଶ କରିଥିଲା। ସୋମବାର ଦିନ ପୁଣିଥରେ ଆଉ ଦୁଇଟି ବହୁ ପ୍ରାଚୀନ ବିରାଟ ଭଗ୍ନ ସିଂହ ମୂର୍ତ୍ତି ଏମାର ମଠ ଖନନସ୍ଥଳରେ ଖଣ୍ଡବିଖଣ୍ଡିତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା।