୩୦ରେ ଗ୍ରାମରକ୍ଷୀଙ୍କ ବିକ୍ଷୋଭ

ଭୁବନେଶ୍ବର: ହାଇକୋର୍ଟ ଆଦେଶ କାର୍ଯ୍ୟକାରୀ କରାଇବା ପାଇଁ ଆସନ୍ତା ୩୦ ତାରିଖରେ ନିଖିଳ ଉତ୍କଳ ଗ୍ରାମରକ୍ଷୀ ମହାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ। ସଂଘ ପକ୍ଷରୁ କୁହାଯାଇଛି, ସେମାନଙ୍କ ଦାବିର ବିଚାର କରିବା ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ୨୦୧୭ ମସିହାରେ ନିର୍ଦ୍ଦେଶ ଦେଇଥିଲେ। ୪ମାସ ମଧ୍ୟରେ ଏହି ଦାବି ପୂରଣ କରାଯିବାକୁ ନିର୍ଦ୍ଦେଶନାମା ଥିଲେ ମଧ୍ୟ ସରକାର ତାହା ନ କରିବାକୁ ହାଇକୋର୍ଟରେ ଏକ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ।

ଏହି ମାମଲାର ବିଚାର କରିବା ସମୟରେ ରାଜ୍ୟ ସରକାର ଜଣାଇଥିଲେ ଯେ ଗ୍ରାମରକ୍ଷୀମାନଙ୍କ ଦାବି ସଂକ୍ରାନ୍ତରେ ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ସଂଘ କହିଛି ବାସ୍ତବରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଗ୍ରାମରକ୍ଷୀମାନଙ୍କୁ ଜଣାଯାଇନାହିଁ। ଫଳରେ ରାଜ୍ୟରେ ୧୮ହଜାର ଗ୍ରାମରକ୍ଷୀ ମାସିକ ମାତ୍ର ୧୮ଶହ ଟଙ୍କା ଭତ୍ତାରେ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ସରକାରୀ ମାନ୍ୟତା ଦିଆଯାଇ ଅତି କମ୍‌ରେ ୧୮ ହଜାର ଟଙ୍କା କରିବାକୁ ଦାବି ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମହାସଂଘ ସଭାପତି ଅମରେଶ୍ବର ମଲ୍ଲିକ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର